ମୋବାଇଲ ନେଲା ଜୀବନ, ବିଦ୍ୟୁତ ଆଘାତରେ ମହିଳା ମୃତ

Published By : Prameya-News7 Bureau | March 23, 2020 IST

ପାଟଣା ୨୩।୦୩ : କେନ୍ଦୁଝର ସଦର ଥାନା ତାଳପଦା ଗାଁରେ ଅଘଟଣ । ମୋବାଇଲ ଚାର୍ଜ ବେଳେ କରେଣ୍ଟ ଲାଗି ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବିକାଶ ମୁଣ୍ଡାଙ୍କ ପତ୍ନୀ ମୀନାକ୍ଷୀ ମୁଣ୍ଡା ।

{"id":242796,"sizeSlug":"large"}

ସୂଚନାଯୋଗ୍ୟ ଯେ, ତାଳପଦା ଗାଁରେ ବିକାଶ ମୁଣ୍ଡାଙ୍କ ପତ୍ନୀ ମୀନାକ୍ଷୀ ମୁଣ୍ଡା ମୋବାଇଲ ଚାର୍ଜ ବସାଇବାକୁ ଯାଇଥିବା ବେଳେ ହଠାତ୍‌ ବିଦ୍ୟୁତ ଆଘାତ ଲାଗିଥିଲା । ଏବଂ ବିଦ୍ୟୁତ୍ ଆଘାତ ଲାଗି ତଳେ ପଡିଯାଇଥିଲେ ମୀନାକ୍ଷୀ । ତେବେ ତଳେ ପଡିଯାଇଥିବା ଦେଖି ମୀନାକ୍ଷୀଙ୍କୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର  ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.