ନିଶା ଖାଇବା ଓ ଚୋରି କରିବା ଦିଗରେ ମହିଳାମାନେ ବି ପଛରେ ନାହାଁନ୍ତି, ନେଉଛନ୍ତି ବି ନିଶା ଇଂଜେକ୍ସନ …
18/12/2018 at 9:18 PM

ଫତେହାବାଦ ୧୮/୧୨- ପୁରୁଷମାନେ କେବଳନିଶା ଖାଆନ୍ତି, ମହିଳାମାନେ ଖାଆନ୍ତି ନାହିଁ; ଏଇଟା ଭୁଲ କଥା । ମହିଳାମାନେ ବି ନିଶା ଖାଇବା ଓଚୋରି କରିବା ଭଳି ଜଘନ୍ୟ କାମ କରୁଛନ୍ତି । କେତେକ ଜାଗାରେ ବି ମହିଳାମାନେ ପୁରୁଷମାନଙ୍କୁ ଏହି କାମରେଟପି ଗଲେଣି ।

ହରିୟାଣାର ଫତେହାବାଦଜିଲ୍ଲାରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ନିଶା ଖାଇବା ଓ ଚୋରି କରିବା କାମରେ ଲିପ୍ତ। ମହିଳାମାନେ ପୁରୁଷଙ୍କୁ ପଛରେ ପକାଇ ରେକର୍ଡ଼ ପରିମାଣରେ ବିଭିନ୍ନ ଅପରାଧିକ କାମ ବି କରୁଛନ୍ତି । ମହିଲାମାନେ ସାଧାରଣ ନିଶା ପଛରେ ନ ରହି ହେରୋଇନ,ନିଶା ଇଂଜେକସନ ତଥା ନିଶା ଟ୍ୟାବଲେଟ ମଧ୍ୟ ବ୍ୟବହାର କରୁଥିବାର ଦେଖାଦେଇଛି । ମହିଳାମାନେ ଅତ୍ୟଧିକନିଶାଗ୍ରସ୍ତ ହେବାପାଇଁ ମାରାତ୍ମକ ନିଶା ଇଂଜେକସନ ନେବାରେ ପଛାଉନାହାଁନ୍ତି ।ଏହି ନିଶାନେବାର କାରଣଜାଣିବାପାଇଁ କରାଯାଇଥିବା ମେଡ଼ିକାଲ କାଉଁସେଲିଙ୍ଗରୁ ଜଣାଯାଇଛି ପରିବାରର ଅଧିକାଂଶ ଲୋକ ନିଶାସେବନକରୁଥିବାରୁ ମହିଳାମାନେ ମଧ୍ୟ ଏହି କାରବାରେ ଅଭ୍ୟସ୍ତ ହୋଇପଡ଼ିଛନ୍ତି ।

ଏହି ବର୍ଷ ପୋଲିସ ମହିଳାଙ୍କନାଁରେ ୪୧୦ଟି ମାମଲା ରୁଜୁକରିଛି । ଯେଉଁମାନେ ଚୋରି, ଡ଼କାୟତି,ତଥା ଅନ୍ୟାନ ଜଘନ୍ୟ ଅପରାଧରେ ଜଡ଼ିତହୋଇଛନ୍ତି । ମହିଳାମାନଙ୍କର ଏଭଳି ନିଶା ଖାଇବା ଓ ଅପରାଧକୁ ନେଇ ପୋଲିସର ମୁଣ୍ଡ ବ୍ୟଥା ମଧ୍ୟ ବଢ଼ିଛି। ସେଠିକାର ଆଇନଶୃଙ୍ଖଲା ପରିସ୍ଥିତି ମଧ୍ୟ ମହିଳାମାନଙ୍କ ପାଇଁ ଅନେକାଂଶରେ ପ୍ରଭାବିତ ହେଉଛି ବୋଲିବରିଷ୍ଠ ପୋଲିସ ଅଫିସର କହିଛନ୍ତି ।

ମେଡ଼ିକାଲରେ ସରକାରଙ୍କତରଫରୁ ଖୋଲାଯାଇଥିବା ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେଉଥିବା ମହିଳାଙ୍କ ମଧ୍ୟରୁ ୮୦ ପ୍ରତିଶତହେରୋଇନ ଭଳି ମାରାତ୍ମକ ନିଶା ଖାଉଥବାର ଦେଖାଯାଇଛି । ଆଉ ୨୦ ପ୍ରତିଶତଙ୍କ ପକ୍ଷରୁ ୧୦ ପ୍ରତିଶତଆଲକୋହଲ, ୫ ପ୍ରତିଶତ ଅଫିମ ଓ ଗଂଜେଇଭଳି ନିଶା ନେଉଥିବା ଜଣାଯାଇଛି ।
ହରିୟାଣାରେ ମହିଳାମାନଙ୍କରନିଶା ଓ ଅପରାଧରେ ସଂପୃକ୍ତି ନେଇ ପୋଲିସର ମୁଣ୍ଡ ବ୍ୟଥା ବଢ଼ିଚାଲିଛି । ବିଭିନ୍ନ ନିଶା ନିବାରଣ କେନ୍ଦ୍ରରେ ମହିଳାମାନଙ୍କୁ କାଉଁସେଲିଙ୍ଗ କରିବା ସହ ନିଶା ଛଡ଼େଇବକୁସରକାର ପ୍ରୟାସ କରୁଛନ୍ତି ।