ମହିଳାଙ୍କୁ ଯୁବକଙ୍କ ଦୁର୍ବ୍ୟବହାର, ଅଭିଯୋଗ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ

Published By : Prameya-News7 Bureau | September 29, 2019 IST

କଟକ ୨୯।୯:କଟକ ସଦର ଥାନା ଅନ୍ତର୍ଗତ ଜରିପଡା ଅଞ୍ଚଳର ବାସିନ୍ଦା ସାବିତ୍ରୀ ରାଉତ ନାମକ ଜଣେ ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବାରମ୍ବାର ଖରାପ ବ୍ୟବହାର କରୁଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ସେହି ଜରିପଡା ଅଞ୍ଚଳର ଜଣେ ଯୁବକ ସାବିତ୍ରୀଙ୍କୁ ଖରାପ ବ୍ୟବହାର କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ଗତ ୫ ତାରିଖରେ ସଦର ଥାନାରେ ଏତଲା ଦେଇଥିଲେ । ହେଲେ ପୋଲିସ ଯୁବକଙ୍କୁ ଗିରଫ କରୁ ନଥିବା ସାବିତ୍ରୀ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ନୋଟିସ୍ ଦେଇଥିବା କହିଛି । ସାବିତ୍ରୀ ସଦର ଥାନାରୁ ନିରାଶ ହେବା ପରେ ଡିସିପିଙ୍କ ଅଫିସ ଯାଇ ମଧ୍ୟ ସେଠାରୁ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.