ଗାଈ ଗୋବରରେ ଦୀପ, ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ତିଆରି କରୁଛନ୍ତି ମହିଳା: ଭଲ ରୋଜଗାର ସହ ବଜାରରେ ଏହାର ଚାହିଦା ମଧ୍ୟ ଅନେକ

Published By : Prameya-News7 Bureau | October 20, 2020 IST

ଜାଲୌନ ୨୦/୧୦ : ମହିଳାଙ୍କୁ ଆତ୍ମନିର୍ଭର କରିବାକୁ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି। ଉତ୍ତର ପ୍ରଦେଶ ଜାଲୌନରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦୀପାବଳି ପାଇଁ ଗାଈ ଗୋବରରେ ଦୀପ ଓ ଗଣେଶ ଓ ଲକ୍ଷ୍ମୀଙ୍କ ଆକର୍ଷଣୀୟ ମୂର୍ତ୍ତି ତିଆରି କରୁଛନ୍ତି। ବଜାରରେ ଏହି ମୂର୍ତ୍ତିର ଅନେକ ଚାହିଦା ରହିଛି। ସଂଗଠନର ମହିଳାମାନେ ଏହି ଉପାୟ ରୋଜଗାର କରିବା ସହ ଅନ୍ୟ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବା ସହ ରୋଜଗାର ମଧ୍ୟ ଦେଉଛନ୍ତି।

{"id":347802,"sizeSlug":"large"}

ଜାଲୌନ ମୁଖ୍ୟାଳୟ ଉରଇରେ ସଞ୍ଚାଳିତ ସ୍ବଦେଶୀ ଭାରତ ସ୍ୱୟଂ ସହାୟତା ଗୋଷ୍ଠୀ ସହ ଜଡିତ ମହିଳା ଗାଈ ଗୋବରରେ ଦୀପ ଓ ଗଣେଶ, ମା' ଲକ୍ଷ୍ମୀଙ୍କ ମୂର୍ତ୍ତି ତିଆରି କରି ବିକ୍ରି କରୁଛନ୍ତି। ଏଥିପାଇଁ ମହିଳାମାନେ ଶୁଖିଲା ଗାଈ ଗୋବରକୁ ହାତରେ ଓ ମେସିନ ସାହାଯ୍ୟରେ ଗୁଣ୍ଡ କରନ୍ତି।

{"id":347810,"sizeSlug":"large"}

ଏହାପରେ ତାକୁ ଓଦା କରି ଛାଞ୍ଚରେ ପକାଇ ଆକର୍ଷଣୀୟ ଦୀପ ଓ ମୂର୍ତ୍ତି ପ୍ରସ୍ତୁତ କରନ୍ତି। ଏବେ ସୁଦ୍ଧା ଡଜନରୁ ଅଧିକ ମହିଳାଙ୍କୁ ଏହାଦ୍ୱାରା ରୋଜଗାର ମିଳିଛି। ଗାଁ ଗାଁ ବୁଲି ଏହି ମହିଳାମାନେ ଅନ୍ୟ ମହିଳାମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ବଜାରରେ ମହିଳାମାନେ ତିଆରି କରିଥିବା ଏହି ଦୀପ ଓ ମୂର୍ତ୍ତିର ଚାହିଦା ବହୁତ ବେଶୀ। ମହିଳାମାନେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦୀପ ତିଆରି କରୁଛନ୍ତି।

{"id":347809,"sizeSlug":"large"}

ସ୍ବଦେଶୀ ଭାରତ ସ୍ୱୟଂ ସହାୟତା ଗୋଷ୍ଠୀର ମହିଳାମାନେ କହିଛନ୍ତି ଯେ ଏହି ଗୋଷ୍ଠୀରେ ସାମିଲ ହୋଇ ସେମାନେ ଅନେକ ପ୍ରକାର ସ୍ବଦେଶୀ ସାମଗ୍ରୀ ତିଆରି କରିଛନ୍ତି। ଏଥର ସେମାନେ ଗୋବରରେ ଦୀପ ଓ ମୂର୍ତ୍ତି ତିଆରି କରୁଛନ୍ତି। ଏଥିରୁ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଭରଣପୋଷଣ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.