Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହିତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ ସହ ୧୦ଲକ୍ଷ ଟଙ୍କା ହଡପ କରି ବ୍ୟବସାୟୀ ଫେରାର : ଦୁଇଥର ଗର୍ଭପାତ ପରେ ପୁଣି ଗର୍ଭବତୀ ଅଛନ୍ତି ମହିଳା

13/04/2019 at 3:16 PM

ସୋର ୧୩|୪:  ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଜଣେ ବ୍ୟବସାୟୀ ବିଭିନ୍ନ ସ୍ଥାନରେ  ଦୁଷ୍କର୍ମ କରିବାପରେ ଫେରାର ହୋଇଯାଇଛନ୍ତି । କେବଳ ସେତିକି ନୁହେଁ ସଂପୃକ୍ତ ମହିଳାଙ୍କଠାରୁ ଏହି ବ୍ୟବସାୟୀ ୧୦ ଲକ୍ଷ ଟଙ୍କା  ହଡପ କରିନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କ ସହ ଶାରିରୀକ ସମ୍ପର୍କରୁ ମହିଳା ଅତୀତରେ ଦୁଇଥର ଗର୍ଭବତୀ ହୋଇ  ଦୁଇଥର ଗର୍ଭପାତ କରାଇଛନ୍ତି । ଏବେ ମଧ୍ୟ ସଂପୃକ୍ତ ମହିଳା  ମହିଳା ଗର୍ଭବତୀ ଅଛନ୍ତି । ତାଙ୍କ ସହ ସାଂଘାତିକ ଧୋକା ହୋଇଛି ବୋଲି ଆଜି ସେ  ସୋର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ଜଣେ ସ୍ଥାନୀୟ ପ୍ରତିଷ୍ଠିତ ବ୍ୟବସାୟୀ  । ଘଟଣା ଘଟାଇବା ପରେ ସେ  ଫେରାର ହୋଇଯାଇଛନ୍ତି। ଗତ ଦୁଇ ବର୍ଷ ଧରି ବ୍ୟବସାୟୀ ମହିଳାଙ୍କୁ ପ୍ରଲୋଭିତ କରି ଶାରିରୀକ ସମ୍ପର୍କ ରଖି ଏଭଳି ଘଟଣା ଘଟାଇଥିବା ମହିଳା ଅଭିଯୋଗ କରିଛନ୍ତି। ସୋର ପୋଲିସ ଭାରତୀୟ ଦଣ୍ଡ ବିଧି ଆଇନର  ୪୯୩/୪୭୬/୩୫୪/୩୧୫/୫୦୬/୩୪ ଧାରରା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଖବର ନେବାରେ  ଜଣାପଡିଛି ଅଭିଯୋଗ କରିଥିବା ମହିଳା ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ସବରଙ୍ଗ ଗାଁରେ ନିଜ ସ୍ବାମୀଙ୍କ ସହ ରହୁଥିଲେ । ତାଙ୍କର ୭/୮ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନପଡିବାରୁ ଦୁଇ ବର୍ଷ ତଳେ ଏହି ମହିଳା ସୋର ଷ୍ଟେସନ ଛକ ଅଂଚଳରେ ନିଜ ଝିଅ ଏବଂ ଜଣେ ଝିଆରୀଙ୍କୁ ନେଇ ରହିଥିଲେ । ସୋର ତେଲିଆଗଂଜର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା । ତାହା ଧୀରେ ଧୀରେ ଘନିଷ୍ଠତାରେ ରୂପାନ୍ତରିତ ହୋଇଥିଲା ।

ଏହି ବ୍ୟବସାୟୀ ମହିଳାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ହୋଟେଲରେ ନେଇ ରଖୁଥିଲେ । ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ମଧ୍ୟ ରଖୁଥିଲେ । ସଂପୃକ୍ତ ବ୍ୟବସାୟୀ ଏକ ପେଟ୍ରୋଲ ପମ୍ପ ଲିଜରେ ନେଇଥିବାବେଳେ ଟ୍ରକ ସ୍ପେୟାର ପାର୍ଟ ଦୋକାନ ମଧ୍ୟ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ ସହ ତାଙ୍କର ସମ୍ପର୍କ ରହିଛି ଓ ସେ ଅତ୍ୟନ୍ତ ପ୍ରଭାବଶାଳୀ ମଧ୍ୟ ।

ସ୍ବାମୀଙ୍କୁ ଛାଡି ଆସିବାବେଳେ ଏହି ମହିଳା ୧୮ରୁ ୨୦ ଲକ୍ଷଟଙ୍କା କ୍ଷତିପୂରଣ ଆକାରରେ ଆଣିଥିଲେ । କେବଳ ସେତିକି ନୁହେଁ ବହୁ ଗହଣାଗାଣ୍ଠି ମଧ୍ୟ ଆଣି ଆସିଥିଲେ । ତେବେ ଏହି ବ୍ୟବସାୟୀ ସେଥିରୁ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇଯିବାପରେ ଆଉ ଧରାଛୁଆଁ ଦେଉନଥିଲେ ।  ଫଳରେ  ବ୍ୟବସାୟୀଙ୍କ ଦୋକାନକୁ ମହିଳା ଯାଇଥିବାବେଳେ ସେଠାରେ ଦୋକାନର ଜଣେ କର୍ମଚାରୀ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।  

   Related Posts