Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଦାବିରେ ତାତିଲେ ମହିଳା, ରାଜସ୍ଵ ନିରୀକ୍ଷକଙ୍କ ଅଫିସରେ ତାଲା ପକାଇଲେ

23/09/2020 at 10:35 PM

ଅନୁଗୁଳ ୨୩।୦୯:  କଣଲୋଇ ରାଜସ୍ଵ ନିରୀକ୍ଷକଙ୍କ ଅଫିସରେ ତାଲା ପକାଇଲେ ଗ୍ରାମର ଶତାଧିକ ମହିଳା। ଗ୍ରାମର ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ଦାବିରେ ତାତିଲେ ମହିଳା। ଉଚ୍ଛେଦ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଡ଼ସିନାଲ ତହସିଲଦାରଙ୍କୁ ଦେଲେ ଚେତାବନୀ।

ଅନୁଗୁଳ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କଣଲୋଇ ଗ୍ରାମର ମହିଳା କଣଲୋଇ ରାଜସ୍ଵ ନିରୀକ୍ଷକ ଅଫିସରେ ତାଲା ପକାଇଛନ୍ତି। ଦାବି ମୁତାବକ ଗ୍ରାମ ମୁଣ୍ଡରେ ଥିବା ସରକାରୀ ଜାଗାକୁ କିଛି ଲୋକ ଜବର ଦଖଲ କରି ରଖିଛନ୍ତି। ଯେଉଁ ଜାଗାରେ ଦୀର୍ଘ ବର୍ଷ ହେବ ଗ୍ରାମବାସୀ  ବିଭିନ୍ନ ପୂଜା ପର୍ବାଣୀ, ଯାନିଯାତ୍ରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥାନ୍ତି। ଖାଲି ସେତିକି ନୁହେଁ ଗାଁର ଗାଈଗୋରୁ ମଧ୍ୟ ଅନେକ ସମୟରେ ସେଠି ଆଶ୍ରୟ ନେଇଥାନ୍ତି। କିନ୍ତୁ କିଛି ମୁଷ୍ଟିମେୟ ଲୋକ ସେହି ଜାଗାକୁ ଜବର ଦଖଲ କରିଛନ୍ତି। ଏହି ଜାଗାକୁ ଉଚ୍ଛେଦ ଦାବିକରି ଆର.ଆଇ ଅଫିସ ତାଲା ପକାଇ ଥିଲେ।

ଶେଷରେ ଛେଣ୍ଡିପଦା  ଆଡ଼ସିନାଲ ତହସିଲଦାର ଏବଂ ପୋଲିସ ଉପସ୍ଥିତିରେ ମହିଳା ମାନଙ୍କ ସହ ଆଲୋଚନା ହୋଇଛି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ସମୟ ନେଇଛନ୍ତି ଆଡ଼ସିନାଲ ତହସିଲଦାର। ଜବର ଦଖଲ ଉଚ୍ଛେଦ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି।

   Related Posts