Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଝିଅକୁ କରୁଥିଲେ ଅସଦାଚରଣ, ବିରୋଧ କରିବାରୁ ମା’କୁ ଗୁଳିକରି ହତ୍ୟା କଲେ ଦୁର୍ବୁତ୍ତ

4/03/2021 at 7:09 PM

ପାଟନା, ୦୪/୦୩: ଉତ୍ତରପ୍ରଦେଶର ହାଥରସ୍‌ ଭିଳି ଏକ ଆଭାବନୀୟ କାଣ୍ଡ ଏବେ ବିହାରର ପାଟନା ଅଞ୍ଚଳରେ ଦେଖିବାକୁ ମିଳିଛି । ପାଟନା ସହରର ଫତୁହା ଥାନା ଅଞ୍ଚଳରେ ନିଜ ଝିଅର ଇଜ୍ଜତ୍‌ ବଞ୍ଚାଇବା ପାଇଁ କିଛି ଯୁବକଙ୍କୁ ବିରୋଧ କରିବା ଜଣେ ମାଆକୁ ଭାରି ପଡ଼ିଛି । ମାଆକୁ ଅଭିଯୁକ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ସେହି ଗାଁର କିଛି ଲଫଙ୍ଗା ଯୁବକ ଏହି କାଣ୍ଡ ଭିଆଇଥିବା ମୃତ ମହିଳାଙ୍କ ଘରଲୋକ ଅଭିଯୋଗ ଆଣିଛନ୍ତି ।

ଫତୁହା ଥାନା ଅଞ୍ଚଳର ଜଗୁ ବିଗହ ଗ୍ରାମରେ ଏପରି ଘଟଣା ଘଟିଛି । ମୃତ ମହିଳାଙ୍କ ସ୍ୱୀମୀଙ୍କ କହିବା ଅନୁସାରେ, ତାଙ୍କର ତିନୋଟି ଝିଅ ଅଛନ୍ତି । ଯାହାଙ୍କ ଉପରେ ସେହି ଗ୍ରାମର କିଛି ଲଫଙ୍ଗା ଯୁବକଙ୍କ ଖରାପ ନଜର ରହିଥିଲା । ଝିଅମାନଙ୍କ ସହ ସେମାନେ ବାଟଘାଟରେ ଖରାପ ବ୍ୟବହାର କରୁଥିଲେ । ଯାହର ବିରୋଧ ତାଙ୍କ ମାଆ କରିଥିଲେ । ଏହାକୁ ବିବାଦ ହୋଇଥିଲା ଏବଂ ଏହି ଯୁବକମାନେ ଘର ପାଖରେ ଛିଡ଼ା ହୋଇଥିବା ୪୫ ବର୍ଷୀୟ ମାଆକୁ ଗୁଳିକରି ଦେଇଥିଲେ ।

ଏହି ଘଟଣା ପରେ ସାରା ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି । ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ୍‌ ଟିମ୍‌କୁ ସମ୍ପୂର୍ଣ୍ଣ ଗ୍ରାମରେ ଛାଉଣୀ କରାଯାଇଥିବା ବେଳେ ଅତିରିକ୍ତ ପୋଲିସ୍‌ ବଳକୁ ମଧ୍ୟ ସେଠାକୁ ପଠାଯାଇଛି । ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।  

   Related Posts