Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଆନ୍ଦୋଳନ ସାରି ଘରକୁ ଫେରୁଥିଲେ: ହଠାତ୍ ସାମ୍ନାରୁ ମାଡିଆସିଲା ମୃତ୍ୟୁ, ୩ ମହିଳାଙ୍କ ଉପରେ ଚଢିଗଲା ଟ୍ରକ୍

28/10/2021 at 9:58 AM

ହରିୟାଣା ୨୮/୧୦: ହରିୟାଣାର ଝଜ୍ଜର ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା । ବାହାଦୂରଗଡରେ ଘଟିଛି ଏହି ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଟ୍ରକ ମହିଳା ଚାଷୀଙ୍କୁ ଉପରେ ମାଡିଯାଇଥିଲା । ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । କୁହାଯାଉଛି ଯେ ଏହି ତିନିଜଣ ମୃତ ଆନ୍ଦୋଳନକାରୀ ମହିଳା ପଞ୍ଜାବର ମାନସା ଜିଲ୍ଲାର ଥିଲେ । ସେମାନେ କୃଷକଙ୍କ ଆନ୍ଦୋଳନ ସାରି ଘରକୁ ଫେରୁଥିଲେ ।

କୁହାଯାଉଛି ଯେ ଏହି ମହିଳାମାନେ ସକାଳ ପ୍ରାୟ ୬ଟା ସମୟରେ ବାହାଦୂରଗଡର ଡିଭାଇଡର୍ ଉପରେ ବସି ଅଟୋକୁ ଘରକୁ ଅପେକ୍ଷା କରିଥିଲେ । ତା’ପରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ମାଡି ପଳାଇଥିଲା । ଯେଉଁଥିରେ ତିନି ମହିଳା ପ୍ରାଣ ହରାଇଥିଲେ । ଅନେକ ଆହତ ହୋଇଥିବା କୁହାଯାଉଛି । ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଫେରାର୍ ହୋଇଛନ୍ତି ।

ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ସୂଚନାଥାଉକି, ଗତ ବର୍ଷ ଠାରୁ ଦିଲ୍ଲୀର ସୀମାଠାରୁ ପଞ୍ଜାବ ଏବଂ ହରିୟାଣା ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମ ବିରୋଧରେ ଚାଲିଛି । ଏହି କୃଷକମାନେ ଗତ ଏକ ବର୍ଷ ଧରି କୃଷି ଆଇନ ପ୍ରତ୍ୟାବର୍ତ୍ତନ ପାଇଁ ବିଭିନ୍ନ ସ୍ଥାନରେ ଛିଡା ହୋଇଥିଲେ ।

   Related Posts