Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

କୋଭିଡ୍ ନିୟମକୁ ଫୁ: ରାସ୍ତାରେ ମହିଳାଙ୍କ କଳସ ଯାତ୍ରା, ୨୪ ଗିରଫ

5/05/2021 at 6:25 PM

ଅହମଦାବାଦ ୦୫/୦୫ : ଦେଶରେ କରୋନାର ଦ୍ୱିତୀୟ ଲହର ଘାତକ ରୂପ ନେଇଛି. କିଛି ରାଜ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଏଥିରେ ଗୁଜରାଟ ମଧ୍ୟ ସାମିଲ ଅଛି. ଇତି ମଧ୍ୟରେ ଅହମଦାବାଦରୁ ଏକ ଚକିତ କଲାଭଳି ଦୃଶ୍ୟ ସାମ୍ନାକୁ ଆସିଛି। ସାଣନ୍ଦରେ ବହୁ ସଂଖ୍ୟାରେ ମହିଳା ଧାର୍ମିକ କାର୍ଯ୍ୟକ୍ରମ ପାଇଁ ରାସ୍ତାରେ ଏକାଠି ହୋଇଛନ୍ତି। କରୋନା କଟକଣା ଫୁ କରି ଶହ ଶହ ସଂଖ୍ୟାରେ ମହିଳା କଳସ ଯାତ୍ରା କରିଛନ୍ତି। ସୋସିଆଲ ମିଡ଼ିଆରେ ଏହାର ଭିଡିଓ ଭାଇରାଲ ହେଉଛି। ମହିଳାମାନେ ବାଲିଆଦେବ ମନ୍ଦିରରେ ଏକାଠି ହୋଇଛନ୍ତି ବୋଲି କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଏହି ଆୟୋଜନରେ ସାମିଲ ହୋଇଥିବା ୨୪ ମହିଳାଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ମହିଳାମାନେ ପୂଜା ପାଇଁ ଏକସଙ୍ଗେ ଆସିଥିଲେ। ମହିଳାମାନେ ସାମାଜିକ ଦୂରତା ପ୍ରତି ବି ଭୂକ୍ଷେପ ନ କରି ରାସ୍ତାରେ କଳସ ଯାତ୍ରା କରିଥିବା ଭିଡିଓରେ ନଜର ଆସିଛି। କଳସ ଯାତ୍ରା ସମୟରେ ଗୀତ ମଧ୍ୟ ବାଜୁଥିଲା।

ଭିଡିଓ ଭାଇରାଲ ହେବାପରେ ପୋଲିସ ଦୃଢ ପଦକ୍ଷେପ ନେଇଛି। ପୋଲିସ ସରପଞ୍ଚ ସମେତ ନବାପୂରା ଗାଁର ୨୪ ଜଣଙ୍କୁ ଗିରଫ କରି ମାମଲା ରୁଜ୍ଜୁ କରିଛି। ତା’ଛଡା ସଂଗୀତ ବଜାଇଥିବା ଓ କାର୍ଯ୍ୟକ୍ରମ ଆୟୋଜକ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ରାଜ୍ୟରେ କରୋନା ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି. ଅନେକ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। କରୋନା ଚେନ ଭାଙ୍ଗିବାକୁ କରୋନା ନିୟମ କଡାକଡି ଭାବେ ପାଳନ କରିବାକୁ ଲୋକଙ୍କୁ ବାରମ୍ବାର ଅପିଲ କରାଯାଉଛି। ତା ସତ୍ତ୍ୱେ ଏହିଭଳି କାର୍ଯ୍ୟକ୍ରମ ଲଜ୍ଜାଜନକ। ମଙ୍ଗଳବାର ଦିନ ରାଜ୍ୟରେ ୧୩ ହଜାର ୫୦ ନୂଆ ମାମଲା ସାମ୍ନା ଆସିଥିଲା ଓ ୧୩୧ ଜଣଙ୍କ ମୃତ୍ୟୁ ହୋଇଥିଲା।

   Related Posts