ଅନ୍ତଜାର୍ତୀୟ ବାରାଙ୍ଗନା ଦିବସରେ ଦେହଜୀବୀଙ୍କ ଅବସ୍ଥା ଓ ସ୍ଥିତି ନେଇ ଚିନ୍ତା : ଜୀବନ ଜୀବିକାର ସଂଘର୍ଷରେ ରାଜ୍ୟର ୧୦, ୨୧୦ ରୂପଜୀବୀ !

Published By : Prameya-News7 Bureau | June 02, 2020 IST

ଭୁବନେଶ୍ୱର ୦୨।୦୬: ଆଜି ହେଉଛି ଅନ୍ତଜାର୍ତୀୟ ବାରାଙ୍ଗନା ଦିବସ ବା ଇଣ୍ଟରନ୍ୟାସନାଲ୍‌ ସେକ୍ସ ଓ୍ୱାର୍କର୍ସ ଡେ । ବାରନାରୀ ବା ବେଶ୍ୟା ବା ବାରାଙ୍ଗନାଙ୍କ ଦୁର୍ଦ୍ଦଶା ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ । ୧୯୭୫ ଜୁନ୍‌ ୨ରେ ଫ୍ରାନ୍ସର ଲିଅଁ ସହରରେ ଶତାଧିକ ବାରନାରୀ ‘ ସେନ୍‌ଟ ନିଜିଏଁ ’ ଗିର୍ଜା ମଧ୍ୟକୁ ଧସେଇ ପଶିଥିଲେ । ସେମାନେ ଭୋଗୁଥିବା ଅକଥନୀୟ ଦୁର୍ଦ୍ଦଶା ବାବଦରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଆଠ ଦିନ ଧରି ଗିର୍ଜା ଭିତରେ ବସିରହିଥିଲେ । ଯେତେ କହିଲେ କି ବୁଝାଇଲେ ବି ବାହାରିନଥିଲେ । ଶେଶରେ ପୋଲିସ ଲଗାଇ ସେମାନଙ୍କୁ ବାହାରକୁ ତଡାଯାଇଥିଲା । ସମାନ ଘଟଣା ଅନ୍ୟ ଦେଶକୁ ବ୍ୟାପିଥିଲା । ଯାହାଦ୍ୱାରା ବିଭିନ୍ନ ଦେଶ ଓ ବିଦେଶର ନାଗରିକମାନଙ୍କ ଦୃଷ୍ଟିକୁ ଆସିଥିଲା । ଶେଷରେ ସେମାନଙ୍କ ଅଧିକାର ବାବଦରେ ସମସ୍ତେ ଚିନ୍ତା କରିବାକୁ ବାଧ୍ୟ ହୋଇଥିଲା । କିନ୍ତୁ ସେଦିନ ନିଜର ଦୁର୍ଦ୍ଦଶା ପାଇଁ ଆନ୍ଦୋଳନକୁ ଓହ୍ଲାଇଥିଲେ, କିନ୍ତୁ ଆଜିକା ଦିନରେ ନିଜର ଦୁର୍ଦ୍ଦଶା ବିଷୟରେ କାହାକୁ ବି କିଛି କହିପାରୁନାହାନ୍ତି ଦେହଜୀବୀମାନେ । କରୋନା ଜନିତ ଲକ୍‌ଡାଉନ୍‌ ପାଇଁ ଏମାନେ ଏବେ ଆହୁରୀ ଚିନ୍ତାରେ ପଡିଛନ୍ତି । ଗୋଟିଏ ପଟେ ସମସ୍ତ କାର୍ଯ୍ୟ ଓ ରୋଜଗାର ବନ୍ଦ, ଅନ୍ୟପଟେ ଚଳିବେ କିପରି ତାହା ସେମାନଙ୍କ ପାଇଁ ଏବେ ଚିନ୍ତାର ବିଷୟ । କିଛି ଦେହଜୀବୀଙ୍କୁ ଅନୁସାରେ ଏହା ତାଙ୍କ ପାଇଁ ସବୁଠାରୁ କଠିନ ସମୟ । ଲକ୍‌ଡାଉନ୍‌ ପାଇଁ ବ୍ୟବସାୟ ବନ୍ଦ ଓ ବ୍ୟବସାୟ ବନ୍ଦ ଯୋଗୁଁ ରୋଜଗାର ହରାଇଛନ୍ତି ଦେହଜୀବୀମାନେ । ସେହିପରି ଲକ୍‌ଡାଉନ୍‌ ଲାଗି ରାଜ୍ୟରେ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି ଦେହଜୀବୀ । ବାହାର ଦେଶରେ ଫୋନ୍‌ ଜରିଆରେ ନିଜ ନିଜ ବ୍ୟବସାୟ ଚଲାଇଥିବା ବେଳେ ରାଜ୍ୟରେ ଦେହଜୀବୀମାନଙ୍କୁ ହାତ ବାନ୍ଧି ଦେଇଛି ଲକ୍‌ଡାଉନ୍‌ ।

{"id":280117,"sizeSlug":"large"}

ରାଜ୍ୟର ୨୨ଟି ଜିଲ୍ଲାରେ ୧୦,୨୧୦ ଜଣ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି । ସର୍ବାଧିକ ୧୦୫୦ ଜଣ ଦେହଜୀବୀ ଅଛନ୍ତି ବାଲେଶ୍ୱର ଜିଲ୍ଲାରେ । ଢେଙ୍କାନାଳରେ ଅଛନ୍ତି ମାତ୍ର ୧୫୦ ଜଣ ଦେହଜୀବୀ । ସୂଚନା ଅଧିକାର ମୁତାବକ ମିଳିଥିବା ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି । ଏମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି (ଓଏସ୍‌ଏସିଏସ୍‌) ଜାତୀୟ ଏଡସ୍‌ ନିୟନ୍ତ୍ରଣ ସଂସ୍ଥା (ଏନ୍‌ଏସିଓ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଦି ସଂସ୍ଥା ଭାରତ ସରକାର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶିକା ଅନୁଯାୟୀ କାମ କରୁଛନ୍ତି । ୧୦,୨୧୦ ଜଣ ମହିଳା ଯୌନକର୍ମୀଙ୍କ ନିମନ୍ତେ ଲକ୍ଷ୍ୟ ଭେଦୀ ପ୍ରକଳ୍ପ ମାଧ୍ୟମରେ ଓଏସ୍‌ଏସିଏସ୍‌ ଏଚ୍‌ଆଇଭି ଓ ଏଡସ୍‌ ସମ୍ପର୍କିତ ସେବା ଓ ସୁବିଧା ଯୋଗାଇ ଆସୁଅଛି ।

{"id":280145,"width":567,"height":307,"sizeSlug":"large"}

ସରକାରଙ୍କ ତଥ୍ୟ କହୁଛି ଅନୁଗୁଳରେ ୩୦୦, ବାଲେଶ୍ୱରରେ ୧୦୫୦, ଭଦ୍ରକରେ ୬୫୦, ବଲାଙ୍ଗିରରେ ୪୫୦, କଟକରେ ୨୫୦, ଢେଙ୍କାନାଳରେ ୧୫୦, ଗଜପତିରେ ୩୫୦, ଗଞ୍ଜାମରେ ୫୫୦, ଜଗତସିଂହପୁରରେ ୨୫୦, ଯାଜପୁରରେ ୭୦୦, କେନ୍ଦ୍ରାପଡ଼ାରେ ୪୦୦, କଳାହାଣ୍ଡିରେ ୨୫୦, କନ୍ଧମାଳରେ ୩୫୦, କେନ୍ଦୁଝରରେ ୭୦୦, ଖୋର୍ଦ୍ଧାରେ ୬୧୦, କୋରାପୁଟରେ ୭୫୦, ମାଲକାନାଗିରିରେ ୩୦୦, ମୟୂରଭଞ୍ଜରେ ୭୫୦, ନୟାଗଡ଼ରେ ୨୫୦, ନୂଆପଡ଼ାରେ ୫୦୦, ପୁରୀରେ ୨୫୦ ଜଣ, ସୁନ୍ଦରଗଡ଼ରେ ୪୦୦ ଜଣ ଦେହଜୀବୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.