କିରୋସିନି ଢାଳି ବୋହୂକୁ ହତ୍ୟା ଉଦ୍ୟମ, ଶ୍ବଶୁର ଓ ନଣନ୍ଦ ଅଟକ

Published By : Prameya-News7 Bureau | July 23, 2020 IST

ସାଲେପୁର ୨୩।୦୭ : କିରୋସିନି ଢାଳି ମହିଳାଙ୍କୁ ହତ୍ୟା ଉଦ୍ୟମ । ସାଲେପୁର  ଟାଙ୍ଗୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୋକୁଳପୁର ଗ୍ରାମର ଘଟିଛି ଘଟଣା । ଜଣେ ବିବାହିତା ମହିଳା ପୋଡି ହୋଇ କୂଅ ମୂଳେ ପଡି ଚିତ୍କାର କରିବାର ଦୃଶ୍ୟ ଅଞ୍ଚଳ ବାସୀ କୁ ଚକିତ  କରିଛି ।

ଘଟଣାରୁ ପ୍ରକାଶ ଯେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଭିକାରୀ ଜେନାଙ୍କ ପରିବାର ସହିତ ସାହିର କୈଣସି ବ୍ୟକ୍ତି ଙ୍କ ସହିତ ପଡୁ ନଥିଲା ।  ସେହି ସାହିର ଭିକାରୀ ଜେନାଙ୍କ ସାନପୁଅ ଅଜୟ ଜେନା ୫ ବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲା ର ଲିଜା ଜେନାଙ୍କୁ ପ୍ରେମ ବିବାହ କରିଥିଲେ। ଏହି ବିବାହରେ ପରିବାର ଲୋକଙ୍କର କୌଣସି ସହମତି ନଥିବାବେଳେ ଘର ଭିତରେ ବଡଭାଇ ସଞ୍ଜୟ ଜେନା ଓ ତାଙ୍କ ସ୍ତ୍ରୀ ତନୁ ଜେନା ଓ ତାଙ୍କ ସାନ ଭ୍ଉଣୀ ରସ୍ମିତା ଜେନା ମିଳିତ ହୋଇ ଲିଜା ଜେନା ଓ ଅଜୟ ଜେନାକୁ  ବାରମ୍ବାର ଆକ୍ଷେପ କରିବା ସହିତ କଳି ଝଗଡା ଲାଗି ରହୁଥିଲା ।

ତେବେ ଆଜି ସକାଳେ ଦୁଇ ଭାଇଙ୍କ ମଧ୍ୟରେ ମାରପିଟ ହୋଇଥିବା ଗ୍ରାମବାସୀ କହିଥିବା ବେଳେ ଆଜି ଦ୍ବିପହର ସମୟରେ ଅଜୟ ଘରେ ନଥିବା ସମୟରେ ତାଙ୍କ ସ୍ତ୍ରୀ ଲିଜା ଜେନା ଘରେ ମଧ୍ୟରୁ ଜଳନ୍ତା ଅବସ୍ଥାରେ ଚିତ୍କାର କରି  ବାହାରି  କୂଅମୂଳେ ଆସି ନିଜେ ପାଣି ଢାଳି  ପଡିଯାଇଥିଲେ। ପଡିବା ସମୟରେ ବାରମ୍ବାର ଚିତ୍କାର କରୁଥିଲେ। ଚିତ୍କାର ଶୁଣି ସ୍ବାମୀ ଅଜୟ  ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଟାଙ୍ଗୀ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧାପୋଡା ଗୁରତର ଅବସ୍ଥାରେ ପଡିଥିବା ଲିଜାକୁ ୧୦୮ ସହାୟତାରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ  ପଠାଇଥିଲା । ପୋଲିସ ଅଜୟଙ୍କ ବାପା ଭିକାରୀ ଜେନା ଓ ତାଙ୍କ ଭ୍ଉଣୀ ରଶ୍ମିତା ଜେନାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିବା ସହ ଅଘଟଣ ଘଟାଇ  ସଞ୍ଜୟ ଜେନା ଓ ତାଙ୍କ ସ୍ତ୍ରୀ ତନୁ ଜେନା ଫେରାର ହୋଇଯାଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.