Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଭାଲୁ ଆକ୍ରମଣରେ ମହିଳା ଆହତ, ମେଡିକାଲରେ ଭର୍ତ୍ତି

8/06/2020 at 12:41 PM

ନୀଳଗିରି ୦୮।୦୬: ବାଲେଶ୍ବର ଜିଲ୍ଲା ନାଳଗିରି ଥାନା ଅଧିନ ଅଯୋଧ୍ୟା ପଞ୍ଚାୟତର ପ୍ରତାପପୁରା ଗାଁରେ ଭାଲୁ ଆକ୍ରମଣ ହୋଇଛି । ଭାଲୁ ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳାଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରତାପପୁର ଗାଁର ମଙ୍ଗଳିଆ ସିଂଙ୍କ ସ୍ତ୍ରୀ ସୋମବାରୀ ସିଂ ବାଡ଼ି ଭିତରକୁ ଶୌଚ ହେବାକୁ ଯାଇଥିଲେ । ଜଙ୍ଗଲକୁ ଲାଗିଥିବା ବାଡ଼ିରେ ଲଟା ତଳେ ଲୁଚି ରହିଥିବା ଏକ ଭାଲୁଟି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ମହିଳାଙ୍କ ଜଙ୍ଗରେ କ୍ଷତ ହୋଇଥିଲା । ସୋମବାରୀ ଜୀବନ ବିକଳରେ ଡାକ ପକାଇବାରୁ ପରିବାର ଲୋକେ ଦୌଡ଼ି ଯାଇଥିଲା । ପରିବାର ଲୋକଙ୍କୁ ଦେଖି ଭାଲୁଟି ଜଙ୍ଗଲକୁ ପଳାଇଯାଇଥିଲା। ମହିଳାଙ୍କୁ ଆହତ ଭାବେ ନୀଳଗିରି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

   Related Posts