ପୁରୁଷଙ୍କ ଜୋତାରୁ ପାଣି ପିଇବାକୁ ବାଧ୍ୟ ଏହି ରାଜ୍ୟର ମହିଳାମାନେ : ଜାଣନ୍ତୁ କାରଣ

Published By : Prameya-News7 Bureau | January 12, 2019 IST

ଭିଲଓ୍ବାଡ଼ା ୧୨/୧: ରାଜସ୍ଥାନ ଏକ ପଛୁଆ ରାଜ୍ୟ। ଏଠାରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ। ଏହାର ଜ୍ବଳନ୍ତ ଉଦାହରଣ ଭିଲଓ୍ବାଡ଼ାର ବଙ୍କାୟା ମାଆଙ୍କ ମନ୍ଦିରରେ ଆଜି ବି ଦୃଷ୍ଟିଗୋଚର ହୁଏ।

wp:gallery {"ids":[73162]} /wp:gallery

ଏଠାରେ କେହି ବି ମହିଲା ସଶକ୍ତିକରଣ ବିଷୟରେ କୁହନ୍ତି ନାହିଁ। ଝଡ଼ା-ଫୁଙ୍କା କରୁଥିବା ମନ୍ଦିରର ପୂଜାରୀ ଏହି ମହିଳାଙ୍କ ଶରୀରରୁ ଭୂତ ବାହାର କରିବା ପାଇଁ ନିଷ୍ଠୁରତାର ସୀମା ଲଙ୍ଘିଥାଆନ୍ତି। ମହିଳାଙ୍କ ମୁଣ୍ଡରେ ଜୋତା ରଖି ତାଙ୍କୁ ବହୁତ ଦୂର ଯାଏଁ ଚାଲିବାକୁ କହିଥାନ୍ତି। ଏହା ଏଠାରେ ସାଧାରଣ କଥା। ଅପରିଷ୍କାର ଜୋତାକୁ ପାଟିରେ କାମୁଡ଼ି ଧରି ମହିଳାମାନେ ଆଣନ୍ତି ଏବଂ ଏଥିରେ ପାଣି ପୂରାଇ ପିଅନ୍ତି।

wp:gallery {"ids":[73163]} /wp:gallery

ସୂଚନା ଅନୁସାରେ ଏଠାକୁ ଅଣାଯାଉଥିବା ଅଧିକାଂଶ ମହିଳା ମାନସିକ ରୋଗ ଭୋଗୁଥାଆନ୍ତି। କିମ୍ବା ମହିଳାଙ୍କୁ ମାନସିକ ରୂପରେ ଅସୁସ୍ଥ କରିବାପାଇଁ ତାଙ୍କ ଶାଶୁ ଘର ଲୋକେ ଏଠାକୁ ଆଣିଥାନ୍ତି। ଅନେକ ଶିକ୍ଷିତ ଲୋକ ମଧ୍ୟ ଏପରି ଭୂତ ଛଡ଼ାଉଥିବା ବାବାଙ୍କ ପ୍ରରୋଚନାରେ ଆସିଯାଆନ୍ତି। ଅନ୍ଧବିଶ୍ବାସକୁ ଲୋକେ ଧର୍ମ ସହ ଜୋଡ଼ିଦେଇଥାଆନ୍ତି। ଏହା ହିଁ ଏକମାତ୍ର କାରଣ ଯେଉଁଥିପାଇଁ ଭାରତରେ ଏହାର ଚେର ସୁଦୂର ବ୍ୟାପିଛି।

wp:gallery {"ids":[73164]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.