Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

ଏହି ଗାଁରେ ମହିଳା ମାନଙ୍କ କେଶ ୨ ମିଟରରୁ ଅଧିକ, ଜାଣନ୍ତୁ ରହସ୍ୟ…

1/04/2021 at 8:21 AM

ନୂଆଦିଲ୍ଲୀ ୦୧/୦୪: ସୁନ୍ଦର, ଘନ ଏବଂ ଲମ୍ବା କେଶ ପ୍ରତ୍ୟେକ ମହିଳା ଚାହିଁଥାନ୍ତି । ଏହା ସେମାନଙ୍କର ସୌନ୍ଦର୍ଯ୍ୟକୁ ବଢାଇଥାଏ । ଏଥିପାଇଁ  ଅନେକ ମହିଳା କେଶ ଲମ୍ୱା କରିବା ପାଇଁ ବିଭିନ୍ନ ଜିନିଷ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଗାଁ ଅଛି ଯେଉଁଠାରେ ପ୍ରତ୍ୟେକ ମହିଳାଙ୍କର ବହୁତ ମୋଟା ଏବଂ ଲମ୍ବା କେଶ ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ମହିଳାମାନଙ୍କ ବିଷୟରେ …

PunjabKesari

ଚାଇନାର ଦକ୍ଷିଣ-ପଶ୍ଚିମ ଗୁଇଲିନ୍ ପ୍ରଦେଶରେ ଅବସ୍ଥିତ ହୁଆଙ୍ଗ୍ଲୁଓ ଗ୍ରାମ । ଏଠାରେ ଏକ ଭିନ୍ନ ସମାଜର ଲୋକ ବାସ କରନ୍ତି, ଯାହା ୟାଓ ନାମରେ ବେଶ୍ ଜଣାଶୁଣା । ଏହି ଗାଁରେ ଶତାବ୍ଦୀ ଧରି ମହିଳାମାନଙ୍କର ଲମ୍ବା କେଶ ରଖିବା ପରମ୍ପରା ରହିଛି ବୋଲି ବିଶ୍ୱାସ କରାଯାଏ । ଏଥିଲାଗି ଏହା ସାରା ବିଶ୍ୱରେ ‘ଲଙ୍ଗ ହେୟାର ଭିଲେଜ୍’ ଭାବରେ ପ୍ରସିଦ୍ଧ । ଏଠାକାର ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି, ଜଣେ ମହିଳାଙ୍କ କେଶର ଲମ୍ବ ଯେତେ ଅଧିକ ହେବ, ତାଙ୍କ ପରିବାର ସେତେ ଅଧିକ ଭାଗ୍ୟବାନ ହେବ ।  ତାଙ୍କ କହିବାନୁସାରେ, ଲମ୍ବା କେଶ ଦୀର୍ଘାୟୁ, ଧନ, ସୁଖ ଏବଂ ସୌଭାଗ୍ୟ ଆଣିଥାଏ ।

PunjabKesari

ଏହି ସମାଜରେ ମହିଳାମାନେ ନିଜ ଜୀବନରେ କେବଳ ଥରେ କେଶ କାଟିଥାନ୍ତି । ସେମାନେ ବିବାହ ପୂର୍ବରୁ କେଶ କାଟନ୍ତି ।  ଝିଅମାନଙ୍କ ଜେଜେ ମା’ ତାଙ୍କ କଟା କେଶକୁ ଏକ ସୁନ୍ଦର ବାକ୍ସରେ ରଖନ୍ତି । ତା’ପରେ ସେହି କଟା କେଶକୁ ଝିଅର ବିବାହ ଦିନ ତାର ସ୍ୱାମୀକୁ ଉପହାର ସ୍ୱରୂପ ଦେବାର ପରମ୍ପରା ରହିଛି । ପୂର୍ବରୁ ଏହି ଗାଁରେ ମହିଳାମାନଙ୍କୁ କେଶକୁ ଢାଙ୍କି ରଖିବାକୁ ପଡୁଥିଲା । ତାଙ୍କୁ ନିଜର କେଶ କେବଳ ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ ଦେଖାଇବାକୁ ଅନୁମତି ଦିଆଯାଇଥିଲା । ସେତେବେଳେ ତାଙ୍କର ଅଲଗା ଏକ ବିଶ୍ୱାସ ରହିଥିଲା । ସେହି ସମୟ ରେ ଯଦି ଜଣେ ମହିଳାଙ୍କ କେଶ ଅନ୍ୟ ଜଣେ ପୁରୁଷ ଦେଖିଥାଏ ତେବେ ତାକୁ ସେହି ମହିଳାଙ୍କ ଘରେ ତାଙ୍କ ସ୍ୱାମୀ ଭାବରେ ୩ ବର୍ଷ ରହିବାର ପ୍ରଥା ଥିଲା । କିନ୍ତୁ ୧୯୮୭ ରେ, ଏହି ପ୍ରଥାକୁ ବନ୍ଦ କରି ଦିଆଯାଇଥିଲା । ଏବେ ମହିଳାମାନେ କୌଣସି ପ୍ରତିବନ୍ଧକ ବିନା କେଶକୁ ଖୋଲା କରି ବୁଲିପାରିବେ ।

PunjabKesari

ପ୍ରତିବର୍ଷ ୩ ମାର୍ଚ୍ଚରେ ଏଠାରେ ‘ଲଙ୍ଗ ହେୟାର ଫେଷ୍ଟିଭାଲ୍’ ପାଳନ କରାଯାଏ । ଏହି ସମୟରେ ସମସ୍ତ ମହିଳା କେଶ ଧୋଇ ସଫା କରନ୍ତି । ସେମାନେ ସାମ୍ପୁ ଭାବରେ ଚାଉଳ ପାଣିକୁ ବ୍ୟବହାର କରନ୍ତି, ଏବଂ ନିକଟରେ ଥିବା ନଦୀ ଜଳରେ କେଶ ଧୁଅନ୍ତି । ଏକାଠି ହୋଇ ଗୀତ ଗାଇ ନାଚିଥାନ୍ତି । ଏଥିସହିତ ସେ ନିଜର ସୁନ୍ଦର ଏବଂ ଲମ୍ବା କେଶ ମଧ୍ୟ ପ୍ରଦର୍ଶନ କରନ୍ତି । ବିଭିନ୍ନ ଦେଶର ଲୋକମାନେ ମଧ୍ୟ ଏହି ପର୍ବ ଦେଖିବାକୁ ଆସନ୍ତି । କିନ୍ତୁ କେବଳ ବିବାହିତ ମହିଳାମାନେ ଏହି ସମାରୋହରେ ପ୍ରବେଶ କରନ୍ତି ।

PunjabKesari

ଏହି ପରମ୍ପରା ହେତୁ ଏହି ଗାଁର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି । ଏହି ଅନନ୍ୟ ଗାଁ ‘ଦୁନିଆର ପ୍ରଥମ ଲମ୍ବା କେଶ ଗାଁ’ ଭାବରେ ପ୍ରସିଦ୍ଧ । ସେମାନଙ୍କ କେଶର ଲମ୍ବ  ୨.୫ ମିଟର ବୋଲି ବିବେଚନା କରାଯାଏ । ଏହି ମହିଳାଙ୍କ କେଶ ସେମାନଙ୍କ ଉଚ୍ଚତା ଠାରୁ ମଧ୍ୟ ଲମ୍ବା ଅଟେ ।

   Related Posts