ଚୋରା ମଦ ବେପାରୀକୁ ପୋଲିସର ଜିମା ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ

Published By : Prameya-News7 Bureau | August 11, 2020 IST

ପାଟଣା୧୧/୮:  ଲକଡାଉନ୍ ସମୟରେ ପାଟଣା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମ ପାଲଟିଛି ଚୋରା ମଦ ବେପାରୀଙ୍କ ପେଣ୍ଠସ୍ଥଳି। ପୋଲିସ ଏବଂ ଅବକାରୀ ବିଭାଗର ନିଷ୍କ୍ରିୟତାକୁ ନେଇ  ବଡ଼ବିଲ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଚୋରା ମଦ ବେପାରୀକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି।

ସୂଚନା ମୁତାବକ ପାଟଣା ଥାନା ଟଭାସରୁଆ ଗ୍ରାମର  ଦୁର୍ଲ୍ଲଭ  ମହାରଣା ନାମକ ଜଣେ ବ୍ୟକ୍ତି ଲକ ଡାଉନ ସମୟରେ ଚୋରା ମଦ କାରବାର କରୁଥିଲେ। ମଦ ବିକ୍ରି କରିବା ଅଭିଯୋଗରେ ତାଙ୍କୁ ଅଟକ ରଖିଥିଲେ। ପରେ ପାଟଣା ଥାନା ଏସ,ଆଇ ଅରୂପ କୁମାର ସାମଲ ପହଁଞ୍ଚି ସଂପୃକ୍ତ ମଦ ମଦ ବେପାରୀଙ୍କୁ ଥାନାରେ ଅଟକ ରଖିଛନ୍ତି। ବେଆଇନ ମଦ ବିକ୍ରି ଅଭିଯୋଗ ରେ ଟଭାସରୁଆ  ଗ୍ରାମର ଦୁର୍ଲଭ  ମହାରଣା ପାଟଣା ଥନା ଅଞ୍ଚଳରେ ପ୍ରତ୍ୟେକ ଦିନ ଶହ ଶହ  ମହୁଲି  ମଦ ବିକ୍ରି କରି ଆସୁଥିଲେ ଆଜି ମହିଳାମାନେ ଏକତ୍ରିତ ହୋଇ ମହୁଲି ମଦ ଜବତ କରି ପାଟଣା ପୋଲିସକୁ ଖବର ଦେଇଥିଲେ। ତାଙ୍କଠାରୁ ୩୫ ଲିଟର ମହୁଲି ମଦ ଜବତ ହୋଇଛି।

ଖବର ପାଇ ପାଟଣା ପୋଲିସ ପହଁଞ୍ଚି ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି। ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ରାଜକୋଷରୁ ଦରମା ନେଇ ଅବକାରୀ ଓ ପୋଲିସ ବିଭାଗ କାହିଁକି ଚୁପ ରହିଛନ୍ତି ତାହା ଏବେ ପାଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.