Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

୭୪ ବର୍ଷ ବୟସରେ ଜମଜ ସନ୍ତାନ ଜନ୍ମ ଦେଲେ ମହିଳା, ବିଶ୍ୱ ରେକର୍ଡରେ ମିଳିପାରେ ସ୍ଥାନ

5/09/2019 at 6:59 PM

ଅମରାବତୀ:  ମା ହେବା ଲାଗି ୫୦ ବର୍ଷରୁ ଅଧିକ କାଳ ଧରି ଅପେକ୍ଷା କରି ରହିଥିବା ଜନୈକା ମହିଳା ୭୪ ବର୍ଷରେ ଜମଜ ସନ୍ତାନଙ୍କ ଜନନୀ ହୋଇଛନ୍ତି। ଗୋଦାବରୀ ଜିଲ୍ଲା ଦ୍ରକ୍ଷରମମର ଇ ମଙ୍ଗୟମ୍ମା ଗୁଣ୍ଟୁରର ଏକ ଘରୋ ହସ୍ପିଟାଲରେ ଆଇଭିଏଫ ପଦ୍ଧତୀରେ ଏହି ଜମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।

ମଙ୍ଗୟମ୍ମା ୧୯୬୨ ମସିହାରେ ଇ ରାଜା ରାଓଙ୍କୁ ବିବାହ କରିଥିଲେ। ହେଲେ ଦୀର୍ଘ ବର୍ଷରେ ତାଙ୍କର କୌଣସି ସନ୍ତାନସନ୍ତତି ନଥିଲେ। ତେବେ ନିକଟରେ ତାଙ୍କ ପଡିଶା ଘରର ଜନୈକା ୫୫ ବର୍ଷ ବୟସ୍କା ମହିଳା ଆଧୁନିକ ଚିକିତ୍ସା ପଦ୍ଧତୀରେ ମା ହେବା ପରେ ସେ ମଧ୍ୟ ତାଙ୍କ ଭଳି ମା ହେବାକୁ ଆଗ୍ରହ କରିଥିଲେ। ଯାହା ସତ୍ୟପ୍ରମାଣିତ ହୋଇଛି। ୭୪ ବର୍ଷ ବୟସରେ କୌଣସି ମହିଳା ମା ହେବା ଘଟଣା ଡାକ୍ତର ନିଜେ ବି ବିଶ୍ୱାସ କରିପାରୁନାହାନ୍ତି। ଏଣୁ ହୁଏତ ମହିଳା ଅଧିକ ବୟସରେ ମା ହେବାର ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇ ପାରନ୍ତି ବୋଲି ଡାକ୍ତର ଆଶାବ୍ୟକ୍ତ କରିଛନ୍ତି। ମଙ୍ଗୟମ୍ମାଙ୍କ ପୂର୍ବରୁ ସ୍ପେନର ଜନୈକା ମହିଳା ମା ହୋଇଥିବାର ପୂର୍ବରୁ ବିଶ୍ୱ ରେକର୍ଡ ରହିଛି।

ମା ହେବା ଲାଗି ମଙ୍ଗୟମ୍ମା ଗତବର୍ଷ ଡାକ୍ତରଙ୍କୁ ଭେଟିଥିଲେ। ଗତ ଜାନୁୟାରୀ ମାସରେ ତାଙ୍କର ଗର୍ଭଧାରଣ ହୋଇଥିଲା। ଏବେ ଜମଜ ସନ୍ତାନ ଜନ୍ମ ହୋଇଥିବା ବେଳେ ଉଭୟ ଶିଶୁ ବେଶ ସୁସ୍ଥଥିବା ହସ୍ପିଟାଲର ଡାକ୍ତର ଉମାଶଙ୍କର କହିଛନ୍ତି। ମଙ୍ଗୟମ୍ମା ଆଇସିୟୁରେ ଥିଲେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ଥିବା କହିଛନ୍ତି ଡାକ୍ତର।   

   Related Posts