Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସହକର୍ମୀଙ୍କ ସହ ୩ଜଣ ମିଶି ଯୁବତୀଙ୍କୁ କଲେ ଗଣଦୁଷ୍କର୍ମ

13/04/2019 at 4:30 PM

ବିଜନୌର ୧୩|୪: ଏକ କୀଟନାଶକ ଔଷଧ କମ୍ପାନୀରେ କାର୍ଯ୍ୟରତ ଠାକୁରଦ୍ବାରାର ଜଣେ ଯୁବତୀଙ୍କୁ ତାଙ୍କ ସହକର୍ମୀ ସମେତ ତିନି ଜଣ ମିଶି ଗଣ ଦୁଷ୍କର୍ମ କରିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଉତ୍ତରାଖଣ୍ଡର ଜସପୁର ସରିଫନଗର ରୋଡ୍ ସ୍ଥିତ ଗାଁର ଯୁବତୀଙ୍କ ଘର । ଗତ କିଛି ଦିନ ତଳେ ବିଜନୌରର ମାନିୟାବାଲା ନିବାସୀ ରୋଶନ ସିଂହଙ୍କ ସହ ତାଙ୍କର ଭେଟ ହୋଇଥିଲା । ରୋଶନ ଯୁବତୀ ଜଣଙ୍କୁ ଏକ କମ୍ପାନୀର ପ୍ରଡକ୍ଟକୁ ପ୍ରଚାର ଏବଂ ବିକ୍ରି କରିବା ପାଇଁ ରାଜି କରାଇଦେଇଥିଲେ । ଏହାପରେ ସେ ସଂପୃକ୍ତ ଯୁବତୀଙ୍କୁ କୀଟନାଶକ ଔଷଧର ପ୍ରଚାର ଏବଂ ବିକ୍ରି ପାଇଁ ବାଇକ୍ ରେ ନେଇ ବୁଲୁଥିଲେ । ସପ୍ତାହ ପୂର୍ବେ ଯୁବତୀ ଜଣଙ୍କୁ ରୋଶନ ସିଂହ ତାଙ୍କ ଘରୁ ନେଇ ବିଜନୌରର ରେହଡ ଅଞ୍ଚଳକୁ ଯାଇଥିଲେ । ଯୁବତୀଙ୍କ କହିବା ଅନୁସାରେ ସେମାନଙ୍କୁ ଅନ୍ୟ ବାଇକ୍ ରେ ଦୁଇ ଜଣ  ପିଛା କରିବାକୁ ଲାଗିଲେ ।

କେହରିପୁର ରୋଡ୍ ରେ ଏକ ଡ୍ୟାମ୍ ର ବ୍ୟାରେଜ ନିକଟରେ ଥିବା ଆଖୁ କିଆରିକୁ ଜଣେ କୃଷକଙ୍କ ସହ ଭେଟ କରାଇବା ପାଇଁ ଯୁବତୀଙ୍କୁ ନେଇ ଯାଇଥିଲା । ସେମାନଙ୍କ ପଛରେ ଆସୁଥିବା ବାଇକ୍ ଚାଳକ ଦୁଇ ଜଣ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ । ତିନି ଜଣ ମିଶି ଯୁବତୀଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ଏହାପରେ କାହାକୁ ଏ ସମ୍ବନ୍ଧରେ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ । ଧମକ ଦେଇ ତିନି ଜଣ ତାଙ୍କୁ ସେଠାରେ ଛାଡି ଚାଲିଯାଇଥିଲେ । ଏହାପରେ ଯୁବତୀ ଜଣଙ୍କ ଆସି ରାସ୍ତାରେ ଯାଉଥିବା ଲୋକଙ୍କୁ ସୂଚନା ଦେଇଥିଲେ । ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଯୁବତୀଙ୍କ ଡାକ୍ତରୀମାଇନା ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଦେଇଥିଲା । ତାପରେ ସଂପୃକ୍ତ ୩ ଯୁବକଙ୍କ ବିରୋଧରେ ଗଣ ଦୁଷ୍କର୍ମର ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

   Related Posts