Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କରୋନା ସଙ୍କଟରେ ଗୁଡ ନ୍ୟୁଜ : ଏକାଠି ୪ସନ୍ତାନଙ୍କୁ ନର୍ମାଲ୍ ଡେଲିଭରିରେ ଜନ୍ମ ଦେଲେ ମହିଳା

17/06/2020 at 2:00 PM

ନାଗୌର ୧୭/୬: କରୋନା ମହାମାରୀ ସମୟରେ ରାଜସ୍ଥାନର ନାଗୌରରୁ ଏକ ଭଲ ଖବର ସାମନାକୁ ଆସିଛି। ଏଠାରେ ଡିଡଓ୍ବାନାର ଉତ୍ତମ ହସ୍ପିଟାଲରେ ସଞ୍ଜୁ ଦେବୀ ନାମ୍ନୀ ମହିଳା ୪ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ନର୍ମାଲ୍ ଡେଲିଭରିରେ ୩ପୁତ୍ର ସନ୍ତାନ ଏବଂ ଜଣେ କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି। ମାଆ ଏବଂ ପିଲା ଏବେ ସୁସ୍ଥ ଅଛନ୍ତି ତଥାପି ପିଲାଙ୍କ ଓଜନ କମ୍ ହେବା ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଦେବରାଠୀ ଗାଁ ବାସିନ୍ଦା ସଞ୍ଜୁ ଦେବୀଙ୍କ ପ୍ରଥମ ଥର ମା ହେବାର ସୌଭାଗ୍ୟ ପ୍ରାପ୍ତି ହୋଇଛି। ଗୋଟିଏ ନୁହେଁ ବରଂ ଏକା ଥରେ ୪ଶିଶୁଙ୍କ ମା ହୋଇଛନ୍ତି ସେ। ଗୋଟିଏ ପଟେ ତାଙ୍କ ମନରେ ମାଆ ହେବାର ଖୁସି ରହିଛି। ଅନ୍ୟପଟେ ତାଙ୍କ ପରିବାର ଲୋକେ ଚିନ୍ତାରେ ଅଛନ୍ତି କାରଣ ଏକାଠି ଜନ୍ମ ହୋଇଥିବା ୪ଶିଶୁଙ୍କ ଲାଳନ-ପାଳନ ସହଜ ହେବ ନାହିଁ । ସଞ୍ଜୁ ଦେବୀଙ୍କ ସ୍ବାମୀ ଜଣେ ଶ୍ରମିକ। ୮ଲକ୍ଷରୁ ଜଣେ ମହିଳା ଏପରି ୪ଶିଶୁଙ୍କୁ ଏକାଠି ଜନ୍ମ ଦେଇ ପାରନ୍ତି।

ଶିଶୁଙ୍କ ଫୁସଫୁସ୍ ଠିକଭାବେ କାମ ନ କରୁଥିବାରୁ ତାଙ୍କୁ ଚିକିତ୍ସା ପାଇଁ ରଖାଯାଇଛି। ଏହି ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

ବିବାହର ୫-୬ବର୍ଷ ପରେ ମଧ୍ୟ ସନ୍ତାନ ନହେବାରୁ ସେମାନେ ଡାକ୍ତରଙ୍କ ପରାମର୍ଶରେ ସନ୍ତାନ ପାଇଁ ଚିକିତ୍ସା ଆରମ୍ଭ କରିଥିଲେ। ସେମାନେ ପ୍ରଥମ ଥର ସୋନୋଗ୍ରାଫି କରିବା ପରେ ଏକାଠି ୪ସନ୍ତାନ ହେବା କଥା ଜାଣି ପାରିଥିଲେ।

   Related Posts