ପିଡିଏସ୍ ଚାଉଳ ନେବାକୁ ଆସି ମହିଳାଙ୍କ ମଧ୍ୟରେ ମାରପିଟ୍

Published By : Prameya-News7 Bureau | January 09, 2019 IST

ଘଟଗାଁ ୯|୧: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ମୁକ୍ତାପୁର ପଂଚାୟତରେ ପିଡିଏସ ଚାଉଳ ଯୋଗାଣ ବେଳେ ତୁମୁଳକାଣ୍ଡ। ପଂଚାୟତର ଡଳଙ୍ଗପାଣି ଗ୍ରାମର ରବି ମୁଣ୍ଡାଙ୍କ ସ୍ତ୍ରୀ ସରସ୍ବତୀ ମୁଣ୍ଡା ଯୋଗାଣ କେନ୍ଦ୍ରରେ ପହଁଚି ଆଗ ଚାଉଳ ନେବା ପାଇଁ ଯୁକ୍ତି କରିଥିଲେ। ପୂର୍ବରୁ ଧାଡିରେ ଥିବା ଅନ୍ୟ ଲୋକମାନେ ତାଙ୍କୁ ବିରୋଧ କରିଥିଲେ। ପରେ ଘଟଣାଟି ଜଟିଳ ହୋଇଥିଲା। ଧାଡିରେ ଥିବା କିଛି ମହିଳା ଉକ୍ତ ମହିଳାଙ୍କୁ ଟାଣି ଆଣିଥିଲେ ଓ ଉଭୟଙ୍କ ମଧ୍ୟରେ କିଛି ସମୟ ମାରପିଟ୍ ଚାଲିଥିଲା। ତେବେ ଘଟଣା ନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ମହିଳାମାନଙ୍କ ଏପରି ମାରପିଟ୍ ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.