ଝିଅ ହେବତ ଏମିତି: ଗୋଟିଏ ପରିବାରର ୫ ଭଉଣୀ ପ୍ରଶାସନିକ ଅଧିକାରୀ, ୩ ଜଣ ଏକା ସାଙ୍ଗରେ ପାସ୍‌ କଲେ ପରୀକ୍ଷା

Published By : Prameya-News7 Bureau | July 15, 2021 IST

ଜୟପୁର ୧୫/୭: ଗୋଟିଏ ପରିବାର ୫ ଭଉଣୀ ପ୍ରଶାସନିକ ଅଧିକାରୀ। ପୂର୍ବରୁ ଦୁଇ ଭଉଣୀ ଚାକିରୀରେ ଅବସ୍ଥାପିତ ହୋଇଥିବା ବେଳେ ଏବେ ୩ ଭଉଣୀ ଏକା ସାଙ୍ଗରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ପରେ ଗୋଟିଏ ପରିବାରର ୫ ଭଉଣୀ ରାଜସ୍ଥାନ ପ୍ରଶାସନିକ ସେବାରେ ଅଧିକାରୀ ହୋଇଛନ୍ତି । ଏବେ ଏହି ଅଫିସର ଫ୍ୟାମିଲିକୁ ନେଇ ଚର୍ଚ୍ଚା ହେଉଛି।

ଭଉଣୀମାନଙ୍କ ସଫଳତା ସମ୍ପର୍କରେ ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କସଓ୍ବାନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଟ୍ବିଟରରେ ୩ ଭଉଣୀଙ୍କ ଫଟୋ ସହ ପ୍ରବୀଣ ଲେଖିଛନ୍ତି, ‘ଏକ ବହୁତ ଭଲ ଖବର। ଅଂଶୁ, ରୀତୁ ଏବଂ ସୁମନ ରାଜସ୍ଥାନ ପ୍ରଶାସନିକ ସେବାରେ ଅଧିକାରୀ ହୋଇଛନ୍ତି। ଏମାନେ ହନୁମାନଗଡ଼ର ବାସିନ୍ଦା । ୩ ଜଣ ଆଜି ଏକା ସାଙ୍ଗରେ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷା ପାସ୍‌ କରିଛନ୍ତି।’ 

ତେବେ ଅନ୍ୟ ଦୁଇ ଭଉଣୀ ରେମା ଓ ମଞ୍ଜୁ ଆରଏଏସ୍‌ ଅଧିକାରୀ ଅଛନ୍ତି। ଏହି କ୍ରମରେ ସହଦେବ ସହରନଙ୍କ ୫ ଝିଅ ଏବେ ପ୍ରଶାସନିକ ଅଧିକାରୀ ହୋଇଛନ୍ତି ବୋଲି ପ୍ରବୀଣ କସଓ୍ବାନ ଲେଖିଛନ୍ତି।

wp:embed {"url":"https://twitter.com/ParveenKaswan/status/1415252995609010178","type":"rich","providerNameSlug":"twitter","responsive":true,"className":""}
https://twitter.com/ParveenKaswan/status/1415252995609010178
/wp:embed

ରାଜସ୍ଥାନ ପବ୍ଲିକ୍‌ ସର୍ଭିସ୍‌ କମିଶନ ପକ୍ଷରୁ ମଙ୍ଗଳବାର ରାଜସ୍ଥାନ ପ୍ରଶାସନିକ ସେବା ୨୦୧୮ର ପରିଣାମ ଜାରି କରିଥିଲା। ଯେଉଁଥିରେ ୩ ଭଉଣୀ ସିଲେକ୍ସନ ହୋଇଛନ୍ତି। ଏହି ପରୀକ୍ଷାରେ ଝୁନଝୁନ୍‌ର ମୁକ୍ତା ରାଓ ଟପ୍‌ କରିଛନ୍ତି। ପରୀକ୍ଷାରେ ପାସ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଟ୍ବିଟ୍‌ କରି ଶୁଭକାମନା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.