କଳାହାଣ୍ଡିରେ ମହିଳାଙ୍କୁ ଦଳିଦେଲା ହାତୀ

Published By : Prameya-News7 Bureau | April 20, 2019 IST

କଳାହାଣ୍ଡି ୨୦|୪: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଉର୍ଲଦାନୀ ରେଞ୍ଜର ଶ୍ରୀପାଳି ଗ୍ରାମ୍ୟ ଜଙ୍ଗଲରେ ଆଜି ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରି କଚାଡି ଦେଇଛି । ଶ୍ରୀପାଳି ଗାଁର ବନିତା ପୋଡ଼ ଓ ଜଣେ ଛୋଟ ଝିଅ ଗାଁ ନିକଟରେ ମହୁଲ ତୋଳିବାକୁ ଯାଇଥିଲେ । ମହୁଲ ଗୋଟାଉ ଥିବାବେଳେ ଜଙ୍ଗଲୀ ହାତୀ ଅଚାନକ ଆକ୍ରମଣ କରି ମହିଳାଙ୍କୁ କଚାଡି ଦେଇଥିଲା । ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା । ନର୍ଲା ବନାଞ୍ଚଳ ରେଞ୍ଜର  ପହଁଚି ଘଟଣାର ତଦନ୍ତ କରିଛନ୍ତି ।  ତଦନ୍ତ ପରେ ସରକାରୀ  ସହାୟତା ପାଇଁ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ରେଞ୍ଜର କହିଛନ୍ତି । ଏଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.