ତେଜୁଛି ମଦ ବିରୋଧୀ ଆନ୍ଦୋଳନ : ମଦ ଦୋକାନ ଭାଙ୍ଗିବା ସହ ଜାଳିଲେ ମହିଳା

Published By : Prameya-News7 Bureau | December 26, 2019 IST

ଗଞ୍ଜାମ ୨୬/୧୨: ମଦ ବିରୋଧରେ ତାତିଲେ ମହିଳା । ମଦ ଦୋକାନରେ ଲଗାଇଦେଲେ ନିଆଁ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ । ଗତକାଲି ଏ.ବରିଡା ଗାଁରେ ବିଦେଶୀ ମଦ ଦୋକାନରେ ନିଆଁ ଲଗାଇଦେଇଥିଲେ ଆନ୍ଦୋଳନକାରୀ । ଶତାଧିକ ମହିଳାମାନେ ମଦ ଦୋକାନରେ ନିଆଁ ଲଗାଇଦେଇଥିଲେ ।

{"id":202827,"sizeSlug":"large"}

ଆଜି ତାର ପଡୋଶୀ ଗାଁ ବାଟପଡାରେ ବି ତୀବ୍ର ହୋଇଛି ମଦ ବିରୋଧୀ ଆନ୍ଦୋଳନ । ସକାଳୁ ସକାଳୁ ଶତାଧିକ ମହିଳା ପୁରୁଷମାନେ ଏକାଠି ହୋଇ ଦେଶୀ ମଦ ଦୋକାନ ଭାଙ୍ଗିବା ପରେ ନିଆଁ ଲଗାଇ ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପୋଲିସ ବି ଘଟଣାସ୍ଥଳରେ ପହଞ୍ଚିଛି । ...

{"id":202828,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.