ଜମି ବିବାଦକୁ ନେଇ ଗାଁର ମହିଳାମାନେ ଦୁଇ ଭିନ୍ନକ୍ଷମ ପରିବାରଙ୍କ ଘର ଭାଙ୍ଗିଥିବା ଅଭିଯୋଗ
1/10/2019 at 10:47 AM

ମହାକାଳପଡା ୧।୧୦: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ମାଳିଅଞ୍ଚ ଗାଁରେ ଗୋଷ୍ଠୀ ସଂଘର୍ଷ । ଜମିବାଡି ବିବାଦକୁ ନେଇ ଗାଁର ମହିଳାମାନେ ଦୁଇ ଭିନ୍ନକ୍ଷମ ପରିବାରଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଏହି ସାହିରେ ୨୦ଟି ପରିବାର ବସବାସ କରୁଛନ୍ତି । ଗାଁ ଦାଣ୍ଡରେ ବିରାଟ ଗାଦି ରହିଥିବା ବେଳେ ଏଠାରେ ଅଷ୍ଟପ୍ରହରି ନାମଯଜ୍ଞ କରାଯାଏ । ହେଲେ ଗାଁର ମଦନ ମଳିକଙ୍କ ପରିବାର ଏହି ସ୍ଥାନରେ ଘର କରିଥିବାରୁ ଗାଁ ଲୋକେ ବିରୋଧ କରିଛନ୍ତି । ରାସ୍ତା ପାଇଁ ପଛକୁ ହଟିଯିବା ପାଇଁ ବହୁ ଦିନରୁ ଦାବି କରୁଛନ୍ତି । ଏନେଇ ମଧ୍ୟ କୋର୍ଟରେ ମାମଲା ମଧ୍ୟ ଚାଲିଛି । କିନ୍ତୁ ଗାଁ ଲୋକଙ୍କ କଥା ନମାନିବାରୁ ଚାଳ ଛପର ଘର ଉପରେ ପଲିଥିନ ପକାଇବାରୁ ଗ୍ରାମବାସୀ ବିରୋଧ କରି ମାଡ ମାରିବା ସହିତ ଘର ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ।
ଯେଉଁ ଭିଡିଓ ଭାଇରାଲ୍ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ତନ୍ତିଆପାଳ ଥାନାରେ ଦୁଇ ଗୋଷ୍ଠୀ ପୃଥକ ପୃଥକ ଭାବେ ଥାନାରେ ଅଭିଯୋଗ କରିଛନ୍ତି ।