Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ବେଡ଼ରୁମର ଇଣ୍ଟେରିୟର ସଜାଯାଇବାକୁ ନେଇ ୧୧ ମାସର ଛୁଆକୁ ଛାଡ଼ି ସ୍ତ୍ରୀ ଦେଲା ଫାଶୀ,ସ୍ଵାମୀ ଭୋଜି ଖାଇଫେରିବା ବେଳକୁ ସରିଯାଇଥିଲା ସବୁକିଛି

22/12/2018 at 10:48 PM

ଭୋପାଳ ୨୨/୧୨-ଭୋପାଲର ଅବଧପୁର ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କ  ଅଭିଳାଷ ପୂରଣ  ନହେବାରୁ କରିଛନ୍ତି ଆତ୍ମହତ୍ୟା । ଆପଣ ଜାଣିଲେ ଭାବିବେ ଏହି ଘଟଣା ପାଇଁ ବି କେହି କରିପାରେ ଆତ୍ମହତ୍ୟା ।

ମହିଳା ଜଣକ ନିଜ ସ୍ଵାମୀକୁ ବହୁତବାର ବେଡ଼ରୁମ ସଜାଇବା କଥା କହିଆସୁଥିଲେ । ହେଲେ ମହିଳାଙ୍କ ସ୍ଵାମୀ ଏହିକଥା ପ୍ରତି ବିଶେଷ ଧ୍ୟାନ ଦେଇ ନ ଥିଲେ । ସେ ଏହିକଥାକୁ ହାଲକା ଭାବରେ ଗ୍ରହଣ କରିବା ଏତେ ମହାଙ୍ଗା ପଡ଼ିବ ଜାଣି ନ ଥିଲେ ।

ଭୋଜି ଖାଇବାକୁ ଶୁକ୍ରବାର ରାତିରେ ମହିଳାଙ୍କ ସ୍ଵାମୀ ଯାଇଥିଲେ । ଘରେ ମହିଳା ଓ ତାଙ୍କର ୧୧ ମାସର ଛୋଟପିଲାଟିଏ ଥିଲା ।ସେ ଆତ୍ମହତ୍ୟା କରିବାର ଅଧଘଣ୍ଟାଏ ପୂର୍ବରୁ ଫୋନରେ କଥା ହେବା କଥା ତାଙ୍କ ସ୍ଵାମୀ ପ୍ରକାଶ କରିଛନ୍ତି । ସେ ଫେରିବା କଥା ପଚାରିଥିଲେ ଓ ଆହୁରି କିଛିସମୟ ଡ଼େରି ହେବ ବୋଲି ମଧ୍ୟ କହିଥିଲେ । ତା ପରେ ମହିଳା ଜଣକ ଛୋଟଶିଶୁକୁ ଛାଡ଼ି ସେଇ ପାଖାପାଖି ସମୟ ମଧ୍ୟରେ ଫାଶୀ ଦେଇଥିବା କଥା କହିଛନ୍ତି ।

ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି । ପୋଲିସ ଜାଣିବାକୁ ପାଇଛି, ମହିଳାଙ୍କ ଆତ୍ମହତ୍ୟା ପଛର କାରଣ ଅଭିଳାଷ । ମହିଳା ବହୁତ ଆଗରୁ ନିଜ ବେଡ଼ରୁମର ଇଣ୍ଟିରିୟର ସଜେଇବାକୁ କହୁଥିଲେ । ତାହା ପୂରଣ ହୋ ନପାରିବାରୁ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି ।

  

   Related Posts