Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ସଖୀ ଗୃହରେ ମହିଳାଙ୍କ ଆତ୍ମହତ୍ୟା, ମୃତକଙ୍କ ବ୍ୟକ୍ତିଗତ ସଂପର୍କ ଥିଲା ଗୋଳମାଳିଆ

28/01/2020 at 4:05 PM

ବଲାଙ୍ଗୀର ୨୮।୦୧: ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଖୀ ଓ୍ବାନ ଷ୍ଟପ ସେଣ୍ଟରରେ । ମୃତକ ଆରତୀ ରାଉତ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇଛି ।

ଗତ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାର ଆରତୀ ରାଉତ ନାମକ ମହିଳାଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ସଖୀ ଗୃହରେ ଛାଡିଥିଲା। ମହିଳା ଙ୍କ ମାନସିକ ସ୍ଥିତି ଠିକ୍ ନଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ସଖୀ ଗୃହରେରଖାଯାଇଥିଲା । ତେବେ ସୋମବାର ଦିନ ସାଖୀ ଗୃହର ଥିବା ବାଥରୁମକୁ ଯିବାକୁ କହିଥିଲେ ଆରତୀ ,  ପରେ କିଛି ସମୟ ପରେ ଅଫିସର ଗେଟ ବନ୍ଦ କରିଦେଇଥିଲେ । ତେବେ ଗେଟ ନଖୋଲିବାରୁ କର୍ମଚାରୀ ମାନେ ଅଫିସରଙ୍କୁ ଫୋନ କରିଥିଲେ । ପରେ ଗେଟକୁ ଭାଙ୍ଗିବା ପରେ ନିଜ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ହୋଇସାରିଛି ।

ବଲାଙ୍ଗୀର ଟାଉନଥାନା ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବେଚ୍ଛେଦ ପାଇଁ ପଠାଇଛି । ସେପଟେ ମହିଳାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ସେମାନେ ଆସିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି କହିଛି ପୋଲିସ ।

ତେବେ ମହିଳା ଜଣକ ବିବାହ କରି ବଲାଙ୍ଗୀରରେ ସ୍ବାମୀଙ୍କ ସହିତ ରହୁଥିଲେ । ପରେ ଟିକ୍ରାପଡା ର ଅନିଲ ନାଏକ ନାମକ ଜଣେ ବିବାହିତ ଯୁବକଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ହୋଇଥିଲା। ଏନେଇ ଦୁହେଁ ଯାଇ ଅନ୍ୟତ୍ର ରହୁଥିଲେ ତେବେ ଏନେଇ ଅନିଲ ର ପ୍ରଥମ ସ୍ତ୍ରୀ ଟାଉନ ଥାନାରେ ତାଙ୍କ ସ୍ବାମୀ ନିଖୋଜ ନେଇ ଏତଲା ଦେଇଥିଲେ।  ପୋଲିସ ଖୋଜାଖୋଜି କରିବା ପରେ ବରପାଲି ଠାରୁ ଅନିଲ ଓ ଆରତିକୁ ଉଦ୍ଧାର କରିଥିଲା ।  

ପରେ ଅନିଲ ଆରତିକୁ ନ ପଚରା ପଚାରି କରିବାରୁ,  ଅନିଲ ନାଁରେ ଆରତି ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଥିଲା ଏବଂ ଟାଉନଥାନାରେ ମଧ୍ୟ ଏତଲା ଦେଇଥିଲା। ପୋଲିସ ଅନିଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆରତୀକୁ ସଖୀ ରେ ରଖାଯାଇଥିଲା।  

ତେବେ କାହିଁକି ଓ କେଉଁ କାରଣରୁ ଆରତୀ ଆତ୍ମହତ୍ୟା କରିଛି ସେ ନେଇ କୌଣସି  ସ୍ପଷ୍ଟ ସୁଚନା ମିଳିନଥିବା ବେଳେ ମାନସିକ ସ୍ତିତି କୁ ନେଇ ଏଭଳି କରିଥିବା କହିଛି ପୋଲିସ । ତେବେ ତାଙ୍କ ପରିବାର ଲୋକ ଆଜି ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଗଲେ , ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

   Related Posts