ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
24/01/2020 at 1:41 PM

ଦେବଗଡ ୨୪।୦୧: ରାସ୍ତା କଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଦେବଗଡ ଥାନା ତିଲେଇବଣୀ ଗାଁ ନିକଟ ରାସ୍ତା କଡରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୟଳମୁଣ୍ଡା ଗାଁର ଲୁଚନ ବେହେରା ଙ୍କ ସ୍ତ୍ରୀ କୁକେଇ ମାଝୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

ମୃତ କୁକେଇଙ୍କ ସ୍ବାମୀ ଲୁଚନ ତିଲେଇବଣୀ ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଶୁକ୍ରବାର ଦିନ କୁକେଇଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ଦେବଗଡ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021