ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ ! ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | December 03, 2019 IST

ନୀଳଗିରି ୦୨।୧୨:  ପୋଖରୀରେ ବୁଡି ଜଣେ ବୃଦ୍ଧା ମୃତ୍ୟୁର ଅଭିଯୋଗ ଆସିଛି । ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ବରହମପୁର ଥାନା ଅଧିନ ମାଟିଆଳି ପଂଚାୟତ ଘୁଣ୍ଟିବଣିଆ ଗାଁ ଘଟଣା । ମୃତକ ବୁଧୁନି ସିଂ (୬୦)  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ

{"id":193124,"sizeSlug":"large"}

ସୂଚନାଯୋଗ୍ୟ ଯେ, ଘୁଣ୍ଟିବଣିଆ ଗାଁର ଦାଶରଥି ସିଂ ଙ୍କ ସ୍ତ୍ରୀ ବୁଧୁନି ସିଂ  ଅପରାହ୍ନରେ ଧାନ ବିଲରୁ କାମ ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ପରେ ବହୁ ସମୟ ଧରି ଘରକୁ ନଫେରିବାରୁ ତାଙ୍କ ଝିଅ ଖୋଜାଖୋଜି କରିଥିଲେ । ଶେଷରେ ବୁଧୁନିଙ୍କୁ  ପାଣିରେ ବୁଡି ଯାଉଥିବା ସମୟରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ନୀଳଗିରି ମେଡ଼ିକାଲ  ଭର୍ତ୍ତି କରିଥିଲେ । ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୋଲିସ  ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.