ପୋଖରୀରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ, ଯୌତୁକ ପାଇଁ ଶ୍ବଶୁରଘର ଲୋକେ ହତ୍ୟା କରିଥିବା ଅଭିଯୋଗ
13/12/2019 at 12:35 PM

ଯାଜପୁର ୧୩।୧୨ : ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଠସାହି ଗାଁ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ରତଲାଙ୍ଗ ପଞ୍ଚାୟତ ମଠସାହି ଗାଁ ବାସୁଦେବ ସାମଲ ଙ୍କ ସାନବୋହୁ କବିତା ବରାଳ ଦୁଇଦିନ ହେବ ନିଖୋଜ ଥିଲେ , ଆଜି ନିଜ ଘକୁ ନିକଟରେ ଥିବା ପୋଖରୀରୁ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି। କବିତାଙ୍କ ମୃତ୍ୟୁର ଖବର ପାଇ ପରିବାରଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯୌତୁକ ପାଇଁ ଶ୍ବଶୂରଘର ଲୋକେ ହତ୍ୟା କରି ପୋଖରୀରେ ଫୋପାଡି ଦେଇଥିବା ଅଭିଯୋଗ ଆଣିଛନ୍ତି କବିତାଙ୍କ ପରିବାଲୋକେ। ଯାଜପୁର ବ୍ଲକ ସିମିଳିଆ ଗାଁର ଚୈତନ୍ୟ ବରାଳଙ୍କ ଚତୁର୍ଥ କନ୍ୟା କବିତାଙ୍କ ତିନିବର୍ଷ ତଳେ ବିଂଝାରପୁର ବ୍ଲକ ରତଲାଙ୍ଗ ପଞ୍ଚାୟତର ମଠସାହି ଗ୍ରାମର ବାସୁଦେବ ସାମଲ ଙ୍କ ସାନ ପୁଅ ଲଷ୍ମୀଧର ସାମଲଙ୍କୁ ବିଭାହ କରିଥିଲେ। ଯୌତୁକ ପାଇଁ କବିତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ।