Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମହିଳାଙ୍କୁ କଚାଡି ମାରିଲା ଦନ୍ତା ହାତୀ, କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ

1/06/2019 at 4:51 PM

ଢେଙ୍କାନାଳ ୧|୬: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗୁଣଦେଇ ଗାଁରେ ଜଣେ ମହିଳାଙ୍କୁ କଚାଡି ମାରିଦେଇଛି ଦନ୍ତା ହାତୀ । ମୃତ ମହିଳା ଜଣଙ୍କ ଗୋଲାପ ସାହୁ । ଗୋଲାପ ଆଜି ତାଙ୍କ ଗାଁ ନିକଟ ଆମ୍ବତୋଟାକୁ ଆମ୍ବ ଜଗିବାକୁ ଯାଇଥିଲେ । ଏକ ଦନ୍ତା ହାତୀ ତାଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ଗତ କିଛି ଦିନ ତଳେ ଅନୁରୂପ ଭାବେ ଏହି ହାତୀଟି ଅନ୍ୟ ଜଣଙ୍କୁ ମାରିବା ପରେ ପୁଣି ଏପରି ଏହି ମହିଳାଙ୍କୁ ମାରିଦେଇଥିବାରୁ ଗ୍ରାମବାସୀମାନେ ଉତ୍ତେଜିତ ହୋଇଥିଲେ । ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଓଡାପଡା ତହସିଲଦାର ଓ ବନ ବିଭାଗ ରେଞ୍ଜର ପହଞ୍ଚି କ୍ଷତିପୂରଣ ବାବଦକୁ ୪୦ହଜାର ଟଙ୍କା ଦେବା ସହ ଦନ୍ତା ହାତୀଟିକୁ ଟ୍ରାଙ୍କୁଲାଇଜ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

   Related Posts