ଅଦ୍ଭୁତ ବିଶ୍ବାସ : ବୋହୂ ଘର ଛାଡ଼ି ଫେରାର ହେବାରୁ ନିଜ ଜିଭ କାଟି ଠାକୁରଙ୍କୁ ଚଢ଼ାଇଲେ ଶାଶୁ

Published By : Prameya-News7 Bureau | August 18, 2020 IST

ଜାମଶେଦପୁର ୧୮/୮: ଝାଡ଼ଖଣ୍ଡର ଜାମଶେଦପୁରରୁ ଏକ ଏପରି ମାମଲା ସାମନାକୁ ଆସିଛି ଯେଉଁଠାରେ ବୋହୂ ଘରୁ ପଳାଇବାରୁ ଶାଶୁ ନିଜ ଜିଭ କାଟି ଭଗବାନଙ୍କ ଫଟୋରେ ଚଢ଼ାଇଛନ୍ତି। ଶାଶୁଙ୍କ ମତରେ ଏପରି କରିବା ଦ୍ବାରା ବୋହୂ ଫେରି ଆସିବ।

ଏହି ଘଟଣାଟି ଘଟିଛି ଆର ଆଇଟି ଥାନାର ଏନଆଇଟି କ୍ୟାମ୍ପସରେ। ଏଠାରେ ଜଣେ ଶାଶୁ ତା’ ବୋହୂ ଘର ଛାଡ଼ି ଚାଲିଯିବାରୁ ନିଜ ଜିଭ କାଟି ଭଗବାନ ଶିବଙ୍କ ଫଟୋ ଉପରେ ଚଢ଼ାଇଥିଲେ। ଉକ୍ତ ମହିଳାଙ୍କୁ ତୁରନ୍ତ ଏମଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମହିଳାଙ୍କ ସ୍ବାମୀଙ୍କ କହିବାନୁସାରେ ଗାଁରେ ଯେତେବେଳେ କେହି ଘର ଚାଡ଼ି ଚାଲି ଯାଇଥାଏ ସେତେବେଳେ ଏହା ବିଶ୍ବାସ କରାଯାଏ ଯେ ଯଦି କେହି ଜିଭ କାଟି ଭଗବାନଙ୍କୁ ଚଢ଼ାନ୍ତି ତେବେ ଘର ଛାଡ଼ି ଚାଲିଯାଇଥିବା ବ୍ୟକ୍ତି ପୁଣି ଥରେ ଫେରି ଆସିଥାଏ। ଏଥିପାଇଁ ମହିଳା ମଧ୍ୟ ନିଜ ଜିଭ କାଟି ଶିବଙ୍କ ଫଟୋ ସାମନାରେ ଚଢ଼ାଇ ଦେଇଥିଲେ।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ସ୍ବାମୀ କହିଥିଲେ ଯେ ବୋହୂ ଶୌଚ ପାଇଁ ବାହାରିଥିଲେ ଏବଂ ନିଜ ଦେଢ଼ ବର୍ଷର ଶିଶୁକୁ ନେଇ ଫେରାର ହୋଇ ଯାଇଥିଲେ। ସୂଚନା ଅନୁଯାୟୀ ମହିଳା ନିଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି।

ବର୍ତ୍ତମାନ ମହିଳାଙ୍କ ଚିକିତ୍ସା ଚାଲିଛି। ମହିଳାଙ୍କ ଏବେବି ବିଶ୍ବାସ ରହିଛି ଯେ ତାଙ୍କ ବୋହୂ ଖୁବ୍ ଶୀଘ୍ର ଘରକୁ ଫେରି ଆସିବେ କାରଣ ସେ ନିଜ ଜିଭ କାଟି ଭଗବାନଙ୍କ ସମ୍ମୁଖରେ ଚଢ଼ାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.