Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ଯାଜପୁରରେ ସରପଞ୍ଚଙ୍କ ବିରୁଦ୍ଧରେ ମହିଳାଙ୍କ ଦୁଷ୍କର୍ମ ଅଭିଯୋଗ

13/11/2018 at 10:39 AM

ଯାଜପୁର ୧୩/୧୧: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଦଶରଥପୁରର ସରପଞ୍ଚ ଇନ୍ଦ୍ରଜିତ ଦାସଙ୍କ ବିରୁଦ୍ଧରେ ଦଶରଥପୁର ଗାଁର ଗୌତମ ମଲ୍ଲିକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଖୋଦ୍  ପୀଡ଼ିତା । ସୂଚନା ଅନୁସାରେ ଗତ ୮ ଦିନ ପୂର୍ବରୁ ସରପଞ୍ଚ ଖୋଦ୍ ଯାଇଥିଲେ ପୀଡିତାଙ୍କ ଘରକୁ ଆଉ ତୁମର  ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା  ଆସିଅଛି; ତୁମେ ସମସ୍ତ  କାଗଜ ପତ୍ର ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବ ।  ଆଜି ପୀଡ଼ିତା ଯାଇଥିଲେ ପଞ୍ଚାଯତ ଅଫିସକୁ  । ସେଠାରେ ସରପଞ୍ଚ ତାଙ୍କୁ ୨୦,୦୦୦  ଟଙ୍କା ମାଗିଥିଲେ  ହେଲେ ସେ ମନା କରିବାରୁ ଏଭଳି କରିଥିବା କହିଛନ୍ତି ପୀଡ଼ିତା ।

ପୀଡ଼ିତାଙ୍କ କହିବାନୁସାରେ ସମୟ ପ୍ରାୟ ୧୧.୩୦ ସମୟରେ ସେ ପଞ୍ଚାଯତ ଅଫିସକୁ ଯାଇଥିଲେ । ଅଫିସରେ କେହି ନଥିବାର ସୁଯୋଗ ନେଇ  ସରପଞ୍ଚ ଏପରି କରିଥିବାର କହିଛନ୍ତି ପୀଡ଼ିତା । କାରଣ ସରପଞ୍ଚ ପୀଡିତାକୁ ୨୦,୦୦୦ ଟଙ୍କା ମାଗିଥିଲେ । ଆଉ ସେ ପଇସା ଦେବାକୁ ମନା କରିଥିଲେ । କ୍ରୋଧର ବଶବର୍ତ୍ତୀ  ହୋଇ ପ୍ରଥମେ ଜାତିଆଣ ନେଇ କହିଥିଲେ ଓ ପରେ ତାଙ୍କ ସହ ଦୁଷ୍କର୍ମ କରିଥିବା କହିଛନ୍ତି ପୀଡିତା । ଏ ନେଇ ମଙ୍ଗଳପୁର ଥାନାରେ ପୀଡ଼ିତା ଲିଖିତ ଆକାରରେ ଜଣେଇଥିଲେ । ମଙ୍ଗଳପୁର ପୁଲିସ  କେସ ନମ୍ବର ୨୬୫/୧୮ ରେ ମକଦ୍ଦମା ରୁଜୁ କରିଛି  । ପୀଡ଼ିତାର ଡାକ୍ତରୀ ମାଇନା କରି କେସର ତଦନ୍ତ କରାଯିବ ବୋଲି କହିଛନ୍ତି ମଙ୍ଗଳପୁର ଥାନା ଅଧିକାରୀ ।

ଦୁଷ୍କର୍ମର  ଶିକାର ହୋଇଥିବା ମହିଳାଙ୍କୁ  କେବେ ମିଳୁଛି ନ୍ୟାୟ  ତାହା ହିଁ ଦେଖିବାକୁ ବାକି ।

   Related Posts