Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ପରକୀୟା ପ୍ରୀତି ନେଲା ଜୀବନ: ବଲାଙ୍ଗୀରରେ ଅଭାବନୀୟ ଘଟଣା, ବେଲଗଛରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

12/03/2019 at 9:00 PM

ବଲାଙ୍ଗୀର୧୨|୩( ଚିନ୍ମୟ ମିଶ୍ର): ବେଲଗଛରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ସହର ଭିତରେ।  ପରକୀୟା ପ୍ରିତିରୁ ଏଭଳି ଘଟଣା ଘଟିଥିବା ସଂଦେହ କରୁଛି ପୋଲିସ। ବେକରେ ନିଜ ପିନ୍ଧିଥିବା ଶାଢୀରେ ଝୁଲୁଥିବା ପରିସ୍ତିତିରେ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ। ଗତ କାଲିଠାରୁ ଘରୁ କୁଆଡେ ଯାଇଥିବା ବେଳେ ମହିଳାଙ୍କ ମୃତ ଦେହ ଆଜି ସକାଳୁ ସହର ଇଚ୍ଛାପଡାର ସମଲେଶ୍ବରୀ ନଗରେ ମିଳିଛି । ସେପଟେ  ମୃତ ଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଏହା ଏକ ହତ୍ୟା ନାଁ ଆତ୍ମ ହତ୍ୟା ତାହାର କାରଣ ଖୋଜୁଛି ପୋଲିସ।

ଖୋଲା ପଡିଆ । ପଡିଆରେ ରହିଛି ବେଲଗଛ ଓ ସେଥିରେ ବେକରେ ଶାଢୀ ଲାଗି ଜଣେ ମହିଳା ଝୁଲୁଛନ୍ତି । ବଲାଙ୍ଗୀର ସହରର ଇଚ୍ଛାପଡାର ସମଲେଶ୍ବରୀ ନଗରରେ ଏମିତି ଏକ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା। ଆଜି ସକାଳୁ ସକାଳୁ କିଛି ସ୍ଥାନୀୟ ଲୋକ ଏଠାକୁ ଆସିବେ ବେଳେ ଦେଖିଥିଲେ ଏଭଳି ଦୃଶ୍ୟ। ମୃତ ମହିଳାହେଉଛନ୍ତି ଖୁଣ୍ଟପାଲିର ସୁଷମା ସେଟ। ସୁଷମା ଗତ ୧୨ ବର୍ଷ ହେଲା ବାହା ହୋଇଛନ୍ତି ବଲାଙ୍ଗୀର କୁସଙ୍ଗ ଗାଁରେ। ତାଙ୍କର ଦୁଇଟି ଶିଶୁ ମଧ୍ୟ ରହିଛନ୍ତି। ତେବେ ସେ ତାଙ୍କ ବାପ ଘରେ ଖୁଣ୍ଟପାଲିଠାରେ କିଛି ଦିନ ହେଲା ରହିଆସୁଥିଲେ। ଗତ କାଲି ସଂଧ୍ୟା ୪ ଟା ସମୟରୁ ଘରୁ ଚାଲିଆସିଥିବା ବେଳେ ରାତିରେ ମଧ୍ୟ ଘରକୁ ଫେରିନଥିଲେ। ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ମିଳିଥିଲା । ତେବେ ପରକୀୟା ପ୍ରିତିରୁ ଏଭଳି ଏକ ଘଟଣା ଘଟିଥିବା ପରିବାର ଲୋକେ ଆଶଂକା କରୁଛନ୍ତି । ଏଥି ସହ ଏହା ଆତ୍ମହତ୍ୟା ନୁହେଁ, ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମଧ୍ୟ କହିଛନ୍ତି ପରିବାର ଲୋକ।

 ମହିଳାଙ୍କ ଝୁଲନ୍ତା ଶବକୁ ସ୍ଥାନୀୟ କିଛି ଲୋକ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ଏନେଇ ପୋଲିସ ଘଟଣାସ୍ତଳରେ ପହଞ୍ଚିବା ସହ ପରିବାର ଲୋକଙ୍କ ସହାୟତାରେ ଶବକୁ ଯାଞ୍ଚ କରି ବ୍ୟବଚ୍ଛେଦ ପାଇଁ ପଠଇଥିଲା। ତେବେ ସୁଷମା ବଲାଙ୍ଗୀର ଇଚ୍ଛାପଡାର ଜୈନେକ ବ୍ୟକ୍ତିଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏସମ୍ପର୍କରେ ପରିବାର ଲୋକେ ପୂର୍ବରୂ ଜାଣିଥିଲେ ।ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ମଧ୍ୟ ବିଭିନ୍ନ ସମୟରେ ସୁଷମା ଆସୁଥିବା ବେଳେ ସେହିଁ ହତ୍ୟା କରିଥିବା କହିଛନ୍ତି ପରିବାର ଲୋକ। ସେପଟେ ପୋଲିସ ମୃତ୍ୟୁର କାରଣ ଖୋଜୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛି।

ଦୀର୍ଘ ବର୍ଷର ପରକୀୟା  ପ୍ରିତି ନେଲା ମହିଳାଙ୍କ ଜୀବନ। ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି।

   Related Posts