ସ୍ଵାମୀ ମରିଗଲା ପରେ ଭିଣୋଇ ଏମିତି କଲା ହଇରାଣ : ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା କଲେ ମହିଳା

Published By : Prameya-News7 Bureau | December 18, 2018 IST

କାନପୁର ୧୮/୧୨: ମଣିଷଅନେକ ସମୟରେ ନିଜର ଆତ୍ମୀୟ ଲୋକକୁ ହରେଇ ଭାଙ୍ଗିପଡ଼ିଥାଏ । ନିଜକୁ ପରିସ୍ଥିତି ସହ ଖାପଖୁଆଇବାକୁକିଛି ସମୟ ଲାଗେ । ଏମିତି ସମୟରେ କିଛି ଲୋକ ଥାଆନ୍ତି, ଯେଉଁମାନେ କି ଅସହାୟତାର ସୁଯୋଗ ନେଇଥାନ୍ତି।ସାହାର୍ଯ୍ୟ କରିବା ବଦଳରେ ଫାଇଦା ଉଠାଇବାକୁ ଚେଷ୍ଟା କରୁଥାନ୍ତି । ଦୁନିଆରେ ସାହାର୍ଯ୍ୟ ବଦଳରେଯଦି କେହି ଦୁର୍ବଳତାର ସୁଯୋଗ ନିଏ, ତା ହେଲେ ଅସୁବିଧାରେ ପଡ଼ିଥିବା ମଣିଷ ବେସାହାରା ହୋଇ ଆତ୍ମହତ୍ୟାକରିବାକୁ ବାଧ୍ୟହୋଇଥାଏ ।ସେଭଳି ଗୋଟିଏ ଘଟଣା ଘଟିଛି ଜଣେ ମହିଳାଙ୍କ କ୍ଷେତ୍ରରେ ।

ସ୍ଵାମୀ ମରିଗଲା ପରେଭିଣୋଇ ଫାଇଦା ନେବାକୁ ଚେଷ୍ଟା କରିଛି, ହେଲେ ମହିଳା ଜଣକ ଧରାଛୁଆଁ ଦେଇନାହାଁନ୍ତି।ନିଜେ ବଂର ଆତ୍ମହତ୍ୟାକରିଦେଇଛନ୍ତି କିନ୍ତୁ ନିଜକୁ ଦୋଷୀ କରିପାରିନାହାଁନ୍ତି ସମାଜ ଆଗରେ ।

ଘଟଣାଟି ଘଟିଛି କାନପୁରରବଜରିଆ ବ୍ରହ୍ମନଗର ଅଂଚଳରେ । ମହିଳାଙ୍କ ସ୍ଵାମୀ ମରିଗଲା ପରେ ଗୋଟେ ସୁଧାରଗୃହରେ ରହୁଥିଲେ । ଅଶୋକନଗରଅଂଚଳର ଗୋଟେ ବିୟୁଟିପାର୍ଲରରେ କାମ ମଧ୍ୟ କରୁଥିଲେ । ଏହି ସମୟରେ ମହିଳା ଜଣଙ୍କର ଭିଣୋଇ ବିଭିନ୍ନକାମର ବାହାନାରେ ଆସି ମହିଳା ଜଣକୁ ହଇରାଣ କରୁଥିଲେ । ମହିଳାଙ୍କ ସହ ଶାରିରୀକ ସଂପର୍କ ପାଇଁ ରାସ୍ତାଖୋଜୁଥିଲେ ବି ମହିଳା ଜଣକ ସୁଯୋଗ ଦେଉନଥିଲେ । ମହିଳାଙ୍କୁ ଭିଣୋଇଙ୍କ ବ୍ୟବହାର ଠିକ ଲାଗୁ ନ ଥିଲା। ସେ ଭିଣୋଇଙ୍କ ବ୍ୟବହାରରେ ଅତିଷ୍ଠ ହୋଇପଡ଼ୁଥିଲେ ।  ଶେଷରେ ମହିଳା ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇଦେଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଗୋଟେ ଘୋରେଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲୁଥିବାସମୟରେ  ତାଙ୍କର ମୃତ୍ୟୁ ହୋଇଥିଲା । ବିୟୁଟି ପାର୍ଲରରୁମିଳିଥିଲା ଖଣ୍ଡେ ଛୋଟ ଟୁକୁଡ଼ା କାଗଜ, ଯେଉଁଥିରେ ଲେଖାଥିଲା, ଜୀବନରେ ଇଏ ବି ଗୋଟେ ପରୀକ୍ଷା ।ଏହିପରୀକ୍ଷାରେ ସମସ୍ତେ ଉତ୍ତୀର୍ଣ୍ଣ ହୋଇପାରନ୍ତିନି, ମୁଁ ବି ପାରୁନି ।ମହିଳାଙ୍କ ମୃତ୍ୟୁପରେ ମହିଳାଙ୍କପିତା ଥାନାରେ ଅଭିଯୋଗ କଲାପରେ ପୋଲିସ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.