Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିଶନ ଅଧ୍ୟକ୍ଷା

29/01/2021 at 11:45 AM

ଯାଜପୁର ୨୯।୧: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣାର ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା । ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଯାଜପୁର ଏସପି ଓ ସ୍ଥାନୀୟ ପୋଲିସକୁ ଭେଟିବେ ମହିଳା କମିଶନ ଅଧକ୍ଷା । ଗୁରୁବାର ଦିନ ମହିଳା କମିଶନ ଅଧ୍ୟକ୍ଷା କହିଥିଲେ ଏହା ଏକ ସମ୍ବେଦନଶୀଳ ଘଟଣା । ସଠିକ୍ ତଦନ୍ତ ପାଇଁ ପୋଲିସ ସହ ଆଲୋଚନା କରିବି । ଏ ମୃତ୍ୟୁରେ କିଏ କିଏ ସମ୍ପୃକ୍ତ ତା ଉପରୁ ପରଦା ହଟାଇବା ଉଚିତ୍ ।

ଝରାଫୁଲଙ୍କ ହତ୍ୟା ପଛରେ ପ୍ରେମ ସଂପର୍କ ରହିଥିବା ଜଣାପଡୁଛି । ଏହି ରହସ୍ୟମୟ ହତ୍ୟା ମାମଲାର ତଦନ୍ତ କରୁଥିବା କୁଆଖିଆ ପୋଲିସ ଗୁରୁବାର ରାତିରେ ଭୁବନେଶ୍ବରର ସୁନ୍ଦରପଦା ଅଞ୍ଚଳରୁ ରାକେଶ ସ୍ବାଇଁ ନାମକ ଜଣେ ଯୁବକଙ୍କୁ ଉଠାଇ ନେଇଛି । ରେକେଶଙ୍କ ନାଁରେ ଝରଫୁଲଙ୍କ ବାପା ଅଭିଯୋଗ ଆଣିବା ପରେ କମିଶନରେଟ୍ ପୋଲିସ ସହାୟତରେ କୁଆଖିଆ ପୋଲିସ ତାକୁ ଗିରଫ କରିଛି । ତେବେ ରାକେଶ ନିଜେ ଏୟାରଫିଲ୍ଡ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଏବଂ ହତ୍ୟାକାଣ୍ଡ ସଂପର୍କରେ ପୋଲିସ ଆଗରେ ସବୁ ଗୁମର ଫିଟାଇଥିବା ଜଣାପଡ଼ିଛି ।

ରାକେଶ ଜଣେ ପାଇପ୍ ମିସ୍ତ୍ରୀ । ମୟୂରଭଞ୍ଜ ଯଶୀପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା । ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଉଭୟ ମିଳାମିଶା କରୁଥିବା ରେକେଶ ପୋଲିସ ଆଗରେ ମାନିଛି । ତେବେ ଝରାଫୁଲଙ୍କ କେଉଁ ପରିସ୍ଥିତିରେ କେଉଁଠି ମୃତ୍ୟୁ ହେଲା ? ମୃତଦେହକୁ ସ୍କୁଟିରେ ବୋହି ନେଉଥିବା ଦୁଇ ଯୁବକ କିଏ ? ସେ ରହସ୍ୟ ଉପରୁ ଏଯାଏଁ ପରଦା ହଟିନି ।

   Related Posts