Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ମହିଳା ପ୍ରାର୍ଥୀ : ନବୀନଙ୍କ ୩୩ ପ୍ରତିଶତ ଘୋଷଣା ପରେ ନବୀନ ନିବାସରେ ମହିଳାଙ୍କ ଭିଡ

13/03/2019 at 6:21 PM

ଭୁବନେଶ୍ୱର ୧୩/୩ (ସୁକାନ୍ତ ରାଉତରାୟ ଏବଂ ଲକ୍ଷ୍ମୀଧର ମହାପାତ୍ର) : ରାଜନୈତିକ ଦଳଙ୍କ ଟାର୍ଗେଟରେ ମହିଳା ଭୋଟର। ଅଧିକ ମହିଳାଙ୍କୁ ସକ୍ରିୟ ରାଜନୀତିକୁ ଆଣି ମହିଳାଙ୍କୁ ଆକୃଷ୍ଟ କରିବାକୁ ଯୋଜନାରେ ବିଭିନ୍ନ ଦଳ। ମୁଖ୍ୟମନ୍ତ୍ରୀଙ୍କ ୩୩ ପ୍ରତିଶତ ସଂରକ୍ଷଣ ପରେ ନବୀନ ନିବାସରେ ମହିଳା ଆଶାୟୀ ପ୍ରାର୍ଥୀଙ୍କ ଭିଡ ଜମୁଛି । ଏପେଟ ନବୀନଙ୍କ ପରେ ମମତାଙ୍କ ୪୧ ପ୍ରତିଶତ ମହିଳା ପ୍ରାର୍ଥୀ ଦେବାକୁ ଘୋଷଣା କରିବା ପରେ କଂଗ୍ରେସ ଏବେ ମନ ବଳାଇ ମହିଳା ପ୍ରାର୍ଥୀ ଖୋଜୁଛି । ଏପଟେ ବିଜେପି ରେସକୁ ନଆସି ଭିତିରିଆ ଭାବେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେବା ଯୋଜନାରେ ରହିଛି । …


ନବୀନଙ୍କ ରାସ୍ତାରେ ମମତା ବି ଘୋଷଣା କଲେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀ । ମମତାଙ୍କ ଘୋଷଣାରେ ବହୁତ ଖୁସି ବୋଲି ଟ୍ବିଟ୍ କରିଛନ୍ତି ନବୀନ। ଅଧିକ ମହିଳା ଆଗକୁ ଆସିବା ଫଳରେ ନିର୍ବାଚନ ଓ ସଂସଦୀୟ ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ନବୀନ ଉଲ୍ଲେଖ କରିଛନ୍ତି ନବୀନ ।

ଏଣେ ନବୀନ ୩୩ ପ୍ରତିଶତ ଘୋଷଣା ପରେ ନବୀନ ନିବାସରେ ସକାଳୁ ସଞ୍ଜ ଯାଏଁ ମହିଳାଙ୍କ ଭିଡ଼। ହାତରେ ବାୟୋଡାଟା ଧରି ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି ଏମାନେ । ଟିକେଟ ମିଳୁ କି ନମିଳିୁ କିନ୍ତୁ ବିଜେଡି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ହୋଇଥିବାରୁ ମହିଳା ନେତ୍ରୀ ଟିକେଟ ଆଶା ବାନ୍ଧିଛନ୍ତି।


ଏଥର ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହେବାକୁ ବସିଲାଣି ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ବ । ନବୀନ ଓ ମମତାଙ୍କ ଲାଇନରେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମହିଳା ପ୍ରାର୍ଥୀଙ୍କୁ ଅଧିକ ଟିକେଟ ଦେବାକୁ ପିସିସି ସଭାପତିଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ନିର୍ଦ୍ଦେଶ ପରେ ଏବେ କଂଗ୍ରେସ ମହିଳା ପ୍ରାର୍ଥୀ ଖୋଜୁଛି । ଦ୍ବିତୀୟ ପ୍ରର୍ଯ୍ୟାୟ ପୂର୍ବରୁ ମହିଳା ପ୍ରାର୍ଥୀଙ୍କ ତାଲିକା ନେଇ ଦିଲ୍ଲୀ ଯିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ମହିଳାଙ୍କୁ ଟିକେଟ ଦେବା ରେସରେ ନଥିବା ବିଜେପି କିନ୍ତୁ ଏବେ ଅଧିକ ମହିଳା ପ୍ରର୍ଥୀ ଦେବାକୁ ନଜର ପକାଇଲାଣି।


ସୂଚନା ଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୫ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲା । ଏଥର ଏହି ସଂରକ୍ଷଣକୁ ୪୧ ପ୍ରତିଶତକୁ ବଢ଼ାଇଛନ୍ତି । ତେବେ ସେତେବେଳେ ମମତାଙ୍କ ମୁଭ୍ ତେ ଚର୍ଚ୍ଚାରେ ନଥିଲା ଏଥର କିନ୍ତୁ ନବୀନ ଓ ମମତାଙ୍କ ଘୋଷଣା ପରେ ରାଜନୈତିକ ଦଳଙ୍କ ଟାର୍ଗେଟରେ ମହିଳା ନେତା। ନିର୍ବାଚନ ମଇଦାନରେ ଜମିବ ମହିଳା ପ୍ରାର୍ଥୀଙ୍କ ଭିଡ।

ବିଜେଡି ଓ କଂଗ୍ରେସ ନଜରରେ ଏବେ ମହିଳା ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ନବୀନ ନିବାସରେ ଲାଗିଛି ମହିଳାଙ୍କ ଭିଡ।। ହତରେ ପ୍ରୋଫାଇଲ ଧରି ସକାଳୁସକାଳୁ ନବୀନ ନିବାସରେ ଲାଇନ ଲାଗଉଛନ୍ତି ମହିଳା।

   Related Posts