ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ, ଲିଭ-ଇନରେ ରହିବା ପରେ ଝଗଡ଼ାଲାଗି ଆତ୍ମହତ୍ୟା କରିବାକୁ ଯାଉଥିବା ମହିଳାଙ୍କୁ ଉଦ୍ଧାରକଲେ ରେଳକର୍ମଚାରୀ

Published By : Prameya-News7 Bureau | December 30, 2018 IST

ହିସାର ୩୦/୧୨-ଫେସବୁକରୁ ପ୍ରଥମେ ବନ୍ଧୁତା, ତା ପରେ ପ୍ରେମ । ଲିଭ-ଇନରେ ରହିବାକୁ ବି ନେଲେ ନିଷ୍ପତ୍ତି ।କିନ୍ତୁ ଏପରି କଣହେଲା,  ଟ୍ରେନ ଆଗରେ ଡ଼େଇଁ ମରିବାକୁ ଯାଉଥିବା ମହିଳାଙ୍କୁ ଅଟକାଇଲେ ରେଳ କର୍ମଚାରୀ । ଆସନ୍ତୁ ଜାଣିବା ....କଣ ହୋଇପାରେ ଘଟଣା ।

ମହିଳାଙ୍କର ଫେସବୁକରୁ ଯୁବକଙ୍କ ସହ ହୋଇଥିଲା ପରିଚୟ । କିଛିଦିନ ଚାଟିଂ କରି କଥାବାର୍ତ୍ତା ହେବାପରେ ବଢ଼ିଥିଲା ବନ୍ଧୁତା । ସେହି ବନ୍ଧୁତା ଆଗକୁ ପ୍ରେମର ରୂପନେଇଥିଲା । ତାପରେ ଯୁବତୀ ଚାଲିଆସିଥିଲେ ଅମୃତସର ।  ସେଠାରେ ସେମାନେ ଘରଭଡ଼ାନେଇ ଯୁବକଙ୍କ ସହ ଲିଭ-ଇନରେ ରହୁଥିଲେ । କିନ୍ତୁ ସେମାନଙ୍କ ଭିତରେ ଅନେକ ସମୟରେ ଝଗଡ଼ାହେବା କଥା ଯୁବତୀ ପ୍ରକାଶ କରିଛନ୍ତି ।

{"id":68899,"width":589,"height":474}

ଘଟଣା ଘଟିବାଦିନ ମହିଳା ଓ ଯୁବକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ମହିଳା ଏହି ଘଟଣାରେ ପ୍ରତିକ୍ରିୟାଶୀଳ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ।

ସେ ଆତ୍ମହତ୍ୟା କରିବାକୁ ରେଳ ଟ୍ରାକରେ ଠିଆ ହୋଇଥିଲେ । ଏହି ସମୟରେ କିଛି ରେଳ କର୍ମଚାରୀ ମହିଳାଙ୍କୁ ଦେଖି ଉଦ୍ଧାର କରିଥିଲେ । ମହିଳାଙ୍କୁ ନେଇ ରେଳବାଇ ପୋଲିସ ଜିମାରେ ଦେବାପରେ ଯୁବକଙ୍କୁ ଡ଼ାକି ପୋଲିସ ମାମଲାର ସମାଧାନ କରିଛି ।

{"id":68900,"width":595,"height":582}

ଯଦି ଆପଣ ନଜାଣି, ନଶୁଣି କାହାକୁ ଫେସବୁକରୁ ପ୍ରେମ କରୁଛନ୍ତି, ତା ହେଲେ ଆପଣ ବି ଏହିଭଳି ଘଟଣାର ହୋଇପାରନ୍ତି ଶିକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.