Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପାଣି ପାଇଁ ରାସ୍ତାରୋକ : ଗରା, ବାଲ୍ଟି ଧରି ରାସ୍ତାରେ ବସିଲେ ମହିଳା

28/04/2021 at 10:17 AM

କାମାକ୍ଷାନଗର ୨୮।୪: ପାଣି ପାଇଁ ରାସ୍ତାରୋକ ।  କାମାକ୍ଷାନଗର ବ୍ଲକ୍ ମହୁଲପାଳ ଛକଠାରେ ପିଇବା ପାଣି ପାଇଁ ଗରା, ବାଲ୍ଟି ଧରି ରାସ୍ତାରୋକ କଲେ ହରିଜନ ସାହି ମହିଳା । ଯାହା ଫଳରେ କାମାକ୍ଷାନଗରରୁ ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ମହୁଲପାଳ ହରିଜନ ସାହିରେ ୪୦ଟି ପରିବାର ଲୋକ ବସବାସ କରନ୍ତି । କିନ୍ତୁ ଏହି ସାହିରେ ପିଇବା ପାଣିର ଘୋର ଅସୁବିଧା ଦେଖାଯାଉଛି । ସାହି ବାସିନ୍ଦାମାନେ ପିଇବା ପାଣି ପାଇଁ ବାରମ୍ବାର ସରପଞ୍ଚ ଓ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ । ତେଣୁ ବାଧ୍ୟ ହୋଇ ସେମାନେ ଆଜି ମହୁଲପାଳ ଛକ ନିକଟରେ ରାସ୍ତାରୋକ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ୪ରୁ ୫ଦିନ ଭିତରେ ପିଇବା ପାଣି ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୨ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା । ଯାତାୟାତ ସ୍ବାଭାବିକ ହୋଇଥିଲା।

   Related Posts