Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମ୍: ପ୍ରଶାସନର ଦ୍ୱାରସ୍ଥ ହେଲେ ଋଣ ନେଇଥିବା ମହିଳା ହିତାଧିକାରୀ

22/06/2020 at 8:06 PM

ପାଟଣା୨୨/୬: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଏବେ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମ୍ ବଢ଼ିବାରେ ଲାଗିଛି। କରୋନା କଟକଣା ପାଇଁ ଅର୍ଥ ଲଗାଣ ସଂସ୍ଥାମାନଙ୍କୁ କିସ୍ତି ଆଦାୟ ଉପରେ ରୋକ ଲଗା ଯାଇଥିଲେ ମଧ୍ୟ ସେମାନଙ୍କୁ ଜୋର ଜବରଦସ୍ତ କିସ୍ତି ମାଗୁଛନ୍ତି। ଅର୍ଥ ଲଗାଣ ସଂସ୍ଥାର କର୍ମଚାରୀମାନେ ଜିଲ୍ଲା ପ୍ରଶାସନକୁ ଖୁଲମ୍‌ ଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ପାଟଣା ବ୍ଲକ ଖମୁଆଁ ଗ୍ରାମରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ ଅର୍ଥ ଲଗାଣ କାରୀ ସଂସ୍ଥାର କର୍ମଚାରୀମାନେ ଅଞ୍ଚଳର ଅସହାୟ ମହିଳାଙ୍କୁ ମୋହରା ବନାଇ ମହିଳାମାନଙ୍କୁ ନିଜ ନିଜ ଭିତରେ ଗ୍ରୁପ ତିଆରି କରି ପୁଞ୍ଜି ନିବେଶ କରି ଲକ୍ଷ ଲକ୍ଷ ଟଙ୍କାର ଋଣ ଦେଇ ପ୍ରତ୍ୟେକ ସପ୍ତାହରେ ସୁଧ ସହିତ ପୁଞ୍ଜି ଅର୍ଥ ଆଦାୟ କରୁଥିଲେ। ହେଲେ ମହାମାରୀ କରୋନା ଆର୍ଥିକ ମାନଦଣ୍ଡ ଦୋହଲାଇ ଦେଇଥିବା ବେଳେ କିସ୍ତି ଆଦାୟ ଉପରେ ରହିତାଦେଶ ଲଗାଇଛନ୍ତି ସରକାର। କିନ୍ତୁ, ଅର୍ଥ ଲଗାଣକାରୀ ସଂସ୍ଥାର କିଛି ଅସାଧୁ କର୍ମଚାରୀ ମହିଳାମାନଙ୍କୁ ଜୁଲମ୍ କରି ଟଙ୍କା ଆଦାୟ କରୁଛନ୍ତି।

ଏଥିରେ ଅସହ୍ୟ ହୋଇ ମହିଳାମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ପାଟଣା ଥାନା ଅଧିକାରୀ, ପାଟଣା ବିଡ଼ିଓ, ତହସିଲଦାରଙ୍କ ନିକଟରେ ଫେରାଦ୍ ହୋଇ ଋଣ କିସ୍ତି ନ ଉଠାଇବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହିତ ଋଣ ଆଦାୟ ବନ୍ଦ କରାନଗଲେ ଉକ୍ତ ତିନି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ ପାଟଣା ବ୍ଲକ ଅଞ୍ଚଳରେ ସ୍ପନ୍ଦନ ,ବି,ଏଲ ବ୍ୟାଙ୍କ,ଏଚ,ଡି,ଏଫ,ସି,ବନ୍ଧନ,ଫୁଜନ ମାଇକ୍ରୋଫାଇନାନ୍ସ,ଏବଂ ଏଲ,ଏଣ୍ଡ,ଟି ଦ୍ୱାରା ବେସରକାରୀ ସଂସ୍ଥାମାନେ ମହିଳାମାନଙ୍କୁ ଏକତ୍ରିତ କରାଇ ଋଣ ପ୍ରଦାନ କରିଛନ୍ତି।

   Related Posts