Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ମଦ ବେପାରୀକୁ ପେଟେଣ୍ଟ ମେଡିସିନ, ଛାଞ୍ଚୁଣୀରେ ପିଟିଲେ, ମଦ ପେଟି ଧରାଇ ଚଲାଇ ଚଲାଇ ଥାନାକୁ ନେଲେ ମହିଳା

23/09/2020 at 12:27 PM

ଭଦ୍ରକ ୨୩।୯: ଗାଁ ମଦ ବେପାରୀ ଙ୍କ ପାଇଁ ମଦ ନେଇ ଯାଉଥିଲେ ବେପାରୀ  । ଖବର ପାଇଲେ ମହିଳା ଗୋଷ୍ଠୀ । ବାଇକ ସହ ଅଟକାଇଲେ । ମଦ ପେଟିକୁ ଧରାଇ ରାସ୍ତାରେ ଚଲାଇଲେ । ଛାଞ୍ଚୁଣୀରେ ମାଡ଼ ମାରି ଥାନାକୁ ଆଣିଲେ । ମଦ ବେପାରୀକୁ ଏମିତି ପେଟେଣ୍ଟ ମେଡ଼ିସିନ ଦେବା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଂଚଳରେ ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ ଜନୈକ ବ୍ୟକ୍ତି ଗାଁର ଚୋରା ମଦ ବେପାରୀଙ୍କୁ ବାଇକ୍ ଯୋଗେ ମଦ ଯୋଗାଇଥାନ୍ତି । ପୂର୍ବରୁ ଏହି ଚୋରା ମଦ ବେପାରୀ ମହିଳାଙ୍କଠାରୁ ମାଡ଼ ମଧ୍ୟ ଖାଇଥିବା ସୂଚନା ମିଳିଛି । ତେବେ ପୁଣି ବାଇକରେ ମଦ ନେଇ ବେପାରୀଙ୍କ ନିକଟକୁ ଯାଉଥିବା ନେଇ ଖବର ପାଇଥିଲେ ମହିଳା ଗୋଷ୍ଠୀ  । କୋଲହ ପେଟ୍ରୋଲ ଟାଙ୍କି ନିକଟରେ ବେପାରୀକୁ ଅଟକାଇବାରୁ ବାଇକ ପଛରେ ପେଟିରେ ବନ୍ଧା ହୋଇଥିବା ଆସ୍କା ୪୦ର ୮ରୁ ଅଧିକ ପେଟି ମଦ ମିଳିଥିଲା । ମହିଳାମାନେ ତାତିଥିଲେ । ବେପାରୀକୁ ଅଟକାଇ ତା ବାଇକରୁ ମଦ ପେଟି ଓହ୍ଲାଇ ବସାଇଥିଲେ । ପରେ ପେଟିକୁ ଧରାଇ ଚଲାଇ ଚଲାଇ ପ୍ରାୟ ୩ କିଲୋମିଟର ଦୂର ତିହିଡି ଥାନାକୁ ଆଣିଥିଲେ ।

ମହିଳାମାନେ ଛାଞ୍ଚୁଣୀରେ ମାଡ଼ ମଧ୍ୟ ଦେଉଥିଲେ । ସେଠାରେ ମଦକୁ ବେପାରୀ ଉପରେ ଢାଳିଥିଲେ । ପରେ ତିହିଡି ଥାନାକୁ ହସ୍ତାନ୍ତର କରିଥିଲେ । ତେବେ ସମ୍ପୃକ୍ତ ବ୍ୟକ୍ତିକୁ ତାଗିଦ ସତ୍ତ୍ବେ ସେ ବାରମ୍ବାର ଚୋରାରେ ମଦ ନେଇ ଗାଁ ବେପାରୀଙ୍କୁ ଯୋଗାଉଥିବା ସୂଚନା ମିଳିଛି । ଚୋରା ମଦ ବେପାରୀର ନାମ ଗୋରା ବୋଲି ସୂଚନା ମିଳିଥିବା ବେଳେ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

   Related Posts