ଦେହରେ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
9/02/2019 at 10:46 AM

ଗୋପ ୯|୨: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବେଦପୁର ଗାଁରେ ଜଣେ ମହିଳା ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋପ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବେଦପୁର ଗାଁର ରାଜୁ ବେହେରାଙ୍କ ସ୍ତ୍ରୀ ବନିତା ବେହେରା ସକାଳୁ ବେଦପୁର ଗାଁରେ ଥିବା ତାଙ୍କ ଚା ଦୋକାନରେ ଭିତରୁ ଶିଙ୍କୁଳି ଦେଇ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଚିତ୍କାର ଶୁଣି ପଡୋଶୀ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ବନିତାକୁ ଗୁରୁତର ଅବସ୍ଥାରେ ଗୋପ ମେଡିକାଲ ଆଣିଥିଲେ । ବନିତାର ଦେହର ପ୍ରାୟ ୯୦ ଭାଗ ପୋଡି ଯାଇଛି । ବନିତା ମାନସିକ ବିକୃତ ଥିବାରୁ ଏପରି କାଣ୍ଡ ଘଟାଇଛି ବୋଲି ପରିବାର ଲୋକେ କହିଛନ୍ତି । ତେବେବ ଗୋପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।