Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ପୁଅକୁ ମାଆ ଛେଉଣ୍ଡ କରି ଚାଲିଗଲେ ମିନିଲତା: ସ୍ବାମୀ କବାଟ ଭାଙ୍ଗିବା ପୂର୍ବରୁ ଶେଷ ହୋଇ ଯାଇଥିଲା ସବୁ

15/05/2020 at 12:07 PM

ଭୁବନେଶ୍ୱର୧୫/୫: ବଡ଼ଗଡ଼ ଥାନା ପୁଲିସ ଗୁରୁବାର ମଧ୍ୟାହ୍ନରେ ଗୌତମନଗରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ତାଙ୍କ ନାମ ମିନିଲତା ବହିରା (୪୫) । ସ୍ୱାମୀଙ୍କ ନାମ ବିଜୟ ବହିରା ।

ପୁଲିସ ସୂଚନା ଅନୁଯାୟୀ, ମିନିଲତାଙ୍କ ପରିବାର ଗୌତମନଗରରେ ଭଡ଼ାରେ ରହୁଥିଲେ । ସ୍ୱାମୀ ବିଜୟ ଏକ ହୋଟେଲ୍‌ରେ ମିସ୍ତ୍ରୀ ଭାବେ କାମ କରୁଥିଲେ । ସେମାନଙ୍କ ୧୬ ବର୍ଷର ପୁଅ ଅଛି । ଗୁରୁବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ବିଜୟ ହୋଟେଲରୁ ଫେରି ଘରର କବାଟ ବାଡ଼େଇଥିଲେ । ମିନିଲତା ନ ଶୁଣିବାରୁ ବିଜୟ କବାଟ ଭାଙ୍ଗି ଦେଇଥିଲେ । ଭିତରେ ଦେଖିବା ବେଳକୁ ମିନିଲତା ଆଜବେଷ୍ଟସ୍‌ ଆଙ୍ଗେଲରେ ପିନ୍ଧା ଲୁଗାକୁ ଗୁଡ଼ାଇ ଝୁଲୁଥିଲେ । ତାଙ୍କ ପାଟି ଶୁଣି ଆଖପାଖ ଲୋକେ ଉଠି ଆସିଥିଲେ ।

ଖବରପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ମିନିଲତାଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ତେବେ ମିନିଲତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ । ପୁଲିସ ଏନେଇ ତଦନ୍ତ ଜାରି ରଖିଛି ।

   Related Posts