କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକାରେ ମହିଳାଙ୍କୁ ଅଣଦେଖା ଅଭିଯୋଗ, ଦିଲ୍ଲୀରେ ମହିଳା ଆଶାୟୀଙ୍କ ଭିଡ

Published By : Prameya-News7 Bureau | March 22, 2019 IST

ନୂଆଦିଲ୍ଲୀ ୨୨|୩ : ଦିଲ୍ଲୀରେ ମହିଳା କଂଗ୍ରେସ ଆଶାୟୀଙ୍କ ଭିଡ। ପ୍ରଥମ ପର୍ଯ୍ୟାୟରେ କେବଳ ଜଣେ ମାତ୍ର ମହିଳାଙ୍କୁ ଟିକେଟ ମିଳିବା ଏବଂ ମହିଳାଙ୍କୁ କଂଗ୍ରେସ ଅଣଦେଖା କରିଥିବାରୁ ଦିଲ୍ଲୀରେ ମହିଳା ଆଶାୟୀ ପହଁଚୁଛନ୍ତି।  ଟିକେଟ ପାଇବା ପାଇଁ ଅନେକ ଏଲିଜେବିଲ କିନ୍ତୁ କଂଗ୍ରେସର ଅଣଦେଖା ତାଙ୍କୁ ଦିଲ୍ଲୀ ଦରବାରକୁ ଆଣିଛି। 

ସେପଟେ ଆଜି ସନ୍ଧ୍ୟାରେ କଂଗ୍ରେସର ସିଇସି ବୈଠକ ବସିବ। ତେଣୁ ମହଳାଙ୍କୁ ଟିକେଟ ମିଳିପାରେ ବୋଲି ଆଶା ରଖିଛନ୍ତି ମହିଳା ଆଶାୟୀ । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ ସବୁବେଳେ ମହିଳାଙ୍କୁ ଗୁରୁତ୍ବ ଦେଇ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.