Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ସାହିନବାଗରେ ପୁଣି ଧାରଣା ଦେବାକୁ ପହଁଚିଲେ ମହିଳା : ଆଲର୍ଟରେ ଦିଲ୍ଲୀ ପୋଲିସ

3/06/2020 at 5:05 PM

ନୂଆଦିଲ୍ଲୀ ୦୩/୦୬ : କରୋନା ସଙ୍କଟ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ପୁଣିଥରେ ସିଏଏ ଓ ଏନଆରସି ବିରୋଧରେ ଧାରଣା ପ୍ରଦର୍ଶନ ଆରମ୍ଭ ହୋଇପାରେ | ଦିଲ୍ଲୀ ପୋଲିସ ଏନେଇ ଆଲର୍ଟ ଜାରି କରିଛି | କିନ୍ତୁ ଦିଲ୍ଲୀ ପୋଲିସ ଆଲର୍ଟ ଜାରି କରିବାପରେ ସାହିନବାଗରେ କିଛି ମହିଳା ସିଏଏ ଓ ଏନଆରସି ବିରୋଧରେ ଧାରଣା ଦେବାକୁ ପହଞ୍ଚି ଯାଇଥିଲେ | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା |

ପୋଲିସ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରି ନିଜ ନିଜ ଘରକୁ ପଠାଇ ଦେଇଥିଲା | ଆଲର୍ଟ ପାଇବା ପରେ ଦିଲ୍ଲୀର ସମସ୍ତ ଜିଲ୍ଲା ଡିସିପିଙ୍କୁ କୁହାଯାଇଥିଲା ଯେ ସମସ୍ତେ ନିଜ ନିଜ ଜିଲ୍ଲାରେ ଆଇନ ବ୍ୟବସ୍ଥା ନେଇ ସଜାଗ ରହିବେ ଏବଂ ପୋଲିସ ଫୋର୍ସ ନିୟୋଜିତ ରଖିବେ | ଏଥିପାଇଁ ପାରାମିଲିଟାରୀ ଫୋର୍ସର କିଛି କମ୍ପାନୀକୁ ଦିଲ୍ଲୀର କିଛି ଥାନାରେ ରୋକାଯାଇଛି |

 ଦିଲ୍ଲୀ ପୋଲିସ ପାଇଥିବା ଆଲର୍ଟ ଅନୁଯାୟୀ, ଉତ୍ତର ଦିଲ୍ଲୀର କିଛି ଅଞ୍ଚଳରେ ସିଏଏ-ଏନଆରସି ବିରୋଧରେ ପୁଣି ଧାରଣା ପ୍ରଦର୍ଶନ ଆରମ୍ଭ କରିପାରନ୍ତି | ଦକ୍ଷିଣ-ପୂର୍ବ ଜିଲ୍ଲା ସାହିନବାଗ ବଙ୍ଗ ଆଖପାଖର କିଛି ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ଫୋର୍ସ ନିୟୋଜିତ କରାଯାଇଛି | ବୁଧବାର ଅପରାହ୍ନରେ କିଛି ମହିଳା ସିଏଏ ବିରୋଧରେ ଧାରଣା ଦେବାକୁ ପହଞ୍ଚିଥିଲେ | ଦିଲ୍ଲୀର ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ପ୍ରଦର୍ଶନକାରୀ ଜମା ହୋଇପାରନ୍ତି ବୋଲି ପୋଲିସକୁ ସୂଚନା ମିଳିଥିଲା |

କରୋନା ମହାମାରୀ ମଧ୍ୟରେ ଦିଲ୍ଲୀରେ ଆଇନ ବ୍ୟବସ୍ଥା ବିଗିଡ଼ିବା ନେଇ ଦିଲ୍ଲୀ ସମେତ ପାରା ମିଲିଟାରୀର ଫୋର୍ସର କିଛି କମ୍ପାନୀକୁ ଆଲର୍ଟ କରି ଦିଲ୍ଲୀର କିଛି ଥାନାରେ ନିୟୋଜିତ କରାଯାଇଛି | ଧାରଣା ପ୍ରଦର୍ଶନ ପରେ ଦିଲ୍ଲୀ ଜାଫରାବାଦ ସମେତ ଅନେକ ଅଞ୍ଚଳରେ ଦଙ୍ଗା ହୋଇଥିଲା | ଏହି ଦଙ୍ଗାର ଚାର୍ଜସିଟ ୩ ଦିନ ହେଲା କୋର୍ଟରେ ଫାଇଲ କରାଯାଉଛି | ଆମ ଆଦମୀ ପାର୍ଟି ପାର୍ଷଦ ତାହିର ହୁସେନ ଓ ଫାରୁଖ ଫୈଜଲଙ୍କୁ ଦଙ୍ଗାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି |

   Related Posts