ପ୍ରେମିକର ଧୋକ୍କା ପରେ ଜୁଟିଲା ଅଦ୍‌ଭୂତ ଖିଆଲ୍‌, ନକଲି କନିଆ ସାଜି ଧରାପଡିଗଲା ପ୍ରେମିକା

Published By : Prameya-News7 Bureau | February 05, 2020 IST

ଭୋପାଳ ୦୫।୦୨: ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରେମିକ ଧୋକ୍କା ଦେବାରୁ ଅନ୍ୟ ଘର ଉଜାଡି ଦେବାକୁ ଯୋଜନା କରିଥିଲେ ମହିଳା । ସେଥିପାଇଁ ମହିଳା ଜଣଙ୍କ ଲୁଟେରୀ କନ୍ୟା ବେଶରେ ଅନ୍ୟ ଘର ଯାଇ ସର୍ବଶାନ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । କିନ୍ତୁ କୌଣସି ଘଟଣା ଘଟିବା ପୂର୍ବରୁ ଖୋଲିଯାଇଥିଲା ପୋଲ । କନ୍ୟାର ଓଢଣୀ ଉଠାଇବା  ପରେ ଚକିତ ହୋଇଯାଇଥିଲେ ପରିବାର ଲୋକ ।

୨୩ଡିସେମ୍ବରରେ ମଧ୍ୟପ୍ରଦେଶ ଅଟେରର ବାସିନ୍ଦା  ଭଗବତୀ ତିଓ୍ବାରିଙ୍କ ପୁଅ ରୂପେନ୍ଦ୍ରଙ୍କ ନିର୍ବନ୍ଧ ଗୌହଦର ପରମାଳଙ୍କ ଝିଅ ଭାବନାଙ୍କ ସହିତ ହୋଇଥିଲା । ପୂରା ରୀତିନୀତି ଅନୁସାରେ ଦୁଇ ଜଣଙ୍କ ବିବାହ ୧୬ଜାନୁଆରୀ ଅନୁଷ୍ଠିତ ହୋଇଥିଲା । ବିବାହ ପରେ ପରିବାର ଲୋକ ବୋହୂଙ୍କୁ ଦେଖିବା ପାଇଁ ଯାଇଥିଲେ । ବୋହୂର ଓଢଣା ଉଠାଇ ଦେଖନ୍ତି ତ ପରିବାର ଲୋକ ଯେଉଁ ଝିଅ ସହିତ ନିର୍ବନ୍ଧ କରିଥିଲେ , ସେ ଝିଅ ବୋହୂ ହୋଇ ଆସିନାହିଁ । ତା ଜାଗାରେ ଅନ୍ୟ କେହି ଆସିଛି ।
ପୀଡିତା ପରିବାର ବୋହୂକୁ ନେଇ ପୋଲିସ ଜିମାରେ ଦେଇଥିଲେ । ଥାନା ଅଧିକାରୀ ମହିଳାଙ୍କୁ  ପଚରାଉଚରା କରିବା ସମୟରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ପଦାକୁ ଆସିଥିଲା । ମହିଳା ଜଣଙ୍କ କୋଲକାତାର  ଓ ତାଙ୍କ ନାମ ଗଙ୍ଗା ବୋଲି ପୋଲିସକୁ ଜଣାଇଛନ୍ତି ।   କିଛି ଦିନ ତଳେ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଧୋକ୍କା ଦେଇ ଭିଣ୍ଡ ଅଞ୍ଚଳରେ ବିକ୍ରି କରିଦେଇଥିଲା । କିଛି ଦିନ ପରେ ମହିଳାଙ୍କ ଭେଟ ପରମାଳ ସହିତ ହୋଇଥିଲା । ଏବଂ ଉଭୟଙ୍କ ମଧ୍ୟରେ ପରିଚୟ ମଧ୍ୟ ସୃଷ୍ଟି ହୋଇଥିଲା । ମହିଳାଙ୍କ ଖୁବ୍‌ କମ୍‌ ସମୟରେ ପ୍ରଚୁର ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇଥିଲେ ପରମାଳ । ମହିଳାଜଣଙ୍କ ପରମାଳଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ।  

କିଛିଦିନ ପରେ ପରମାଳଙ୍କ ଝିଅର ବାହାଘର ହେବାକୁ ଯାଉଥିଲା , ଠିକ୍‌ ଏହି ସମୟରେ ପ୍ରସ୍ତୁତ କରିଥିବା ଯୋଜନାର  ରୂପାୟନ କରିବାକୁ କହିଥିଲେ ପରମାଳ । ଶେଷରେ ଗଙ୍ଗା କନ୍ୟା ବେଶରେ  ଗୌହଦରଙ୍କୁ ବିବାହ କରିଥିଲି  । ଶାଶୁ ଘରେ ପହଞ୍ଚିବା ପରେ  ସମସ୍ତ ଗହଣା ଓ ନଗଦ ଟଙ୍କା ନେଇ ଫେରାର ହେବାର ଯୋଜନା କରାଯାଇଥିଲା । ପୋଲିସ ମାମଲାରେ ଝିଅ , ବାପା ସମେତ ୪ଜଣଙ୍କ ବିରୋଧରେ ଧୋକାଧୋଡି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.