ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16/01/2021 at 8:48 PM

ରାଇରଙ୍ଗପୁର ୧୬/୦୧: ସମ୍ପର୍କରେ ଲାଗିଲା କଳଙ୍କ। ଦିଅର, ପୁତୁରା ମିଶି ମହିଳାଙ୍କୁ କଲେ ଗଣଦୁଷ୍କର୍ମ। ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଥାନା କଳସୀଭଙ୍ଗା ଗ୍ରାମରେ। ପୋଲିସ ଅଭିଯୁକ୍ତ ଦିଅରକୁ ଗିରଫ କରିଥିବା ବେଳେ ପୁତୁରା ଫେରାର ହୋଇ ଯାଇଛି।
ସୂଚନା ଅନୁଯାୟୀ ମହିଳା ଜଣକ ଗତକାଲି ସନ୍ଧ୍ୟା ସମୟରେ ବାଡିପଟେ ଶୌଚ ହବାକୁ ଯାଇଥିଲା ବେଳେ ସମ୍ପର୍କୀୟ ଦିଅର ଓ ପୁତୁରା ଜର ଜବରଦସ୍ତି ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିଲେ। ଆଜି ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଦିଅରକୁ ଗିରଫ କରିଛି। ତେବେ ପୁତୁରା ଫେରାର ହୋଇ ଯାଇଛି। ପୁଲିସ କେସ୍ ରୁଜୁ କରିବା ସହିତ ଅଭିଯୁକ୍ତ ପୁତୁରାକୁ ଗିରଫ କରିବାକୁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି।
Related Posts
ଜଳୁଛି ଜଙ୍ଗଲ, କେବେ ନିଆଁ ଲିଭିବ କହିପାରୁ ନାହାଁନ୍ତି ଡିଏଫଓ
9 March 2021