Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ, ବଢୁଛି ହତ୍ୟା: ରାଷ୍ଟ୍ରପତି ଲୋପେଜ୍ କିନ୍ତୁ ବେଫିକର, କହୁଛନ୍ତି ମହିଳାଙ୍କ ଏମରଜେନ୍ସୀ କଲ୍ ଫେକ୍

7/06/2020 at 4:10 PM

ମେକ୍ସିକୋ ସିଟି, ୦୭|୦୬:  ମେକ୍ସିକୋରେ ମହିଳା ବିରୋଧି ହିଂସା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ପ୍ରାୟ ୯୮୭ରୁ ଅଧିକ ମହିଳା ଓ ଯୁବତୀଙ୍କୁ ହତ୍ୟା କରାଯାଇ ସାରିଛି । ତେବେ ଏହାରୁ ଦେଶର ରାଷ୍ଟ୍ରପତି ଲୋପେଜ୍ ଓବ୍ରୋଡୋର୍ ଖଣ୍ଡାନ କରିବା ସହ ମିଛ ବୋଲି କହିଛନ୍ତି । ଏହାସହ ଦେଶର ଜରୁରୀକାଳିନ ନମ୍ବରକୁ ଆସୁଥିବା କଲକୁ ମଧ୍ୟ ମିଛ ବୋଲି କହିଛନ୍ତି ରାଷ୍ଟ୍ରପତି । ସରକାରୀ ସୂତ୍ରାନୁସାରେ, ମାର୍ଚ୍ଚରେ ମହିଳାଙ୍କ ବିରୋଧରେ ହିଂସାକୁ ନେଇ ପ୍ରାୟ ୨୬,୧୭୧ କଲ୍ ଆସିଥିଲା ।

ସରକାରୀ ତଥ୍ୟାନୁସାରେ, କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୩ରୁ ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା । ଏହାପରେ ଦେଶରେ ହତ୍ୟା ମାମଲା ବୃଦ୍ଧି ପାଇଛି । ଏପରିକି ମହିଳା ବିରୋଧି ହିଂସା ମଧ୍ୟ ବଢିଛି । ଏପ୍ରିଲ ମାସରେ ସର୍ବାଧିକ ମହିଳାଙ୍କୁ ହତ୍ୟା କରାଯାଇଛି ।

ଏହି ତଥ୍ୟକୁ କିନ୍ତୁ ରାଷ୍ଟ୍ରପତି ଓବ୍ରୋଡର୍ ଗ୍ରହଣ କରି ପାରି ନାହାଁନ୍ତି । ହେଲ୍ପ୍ ଲାଇନ୍ ନମ୍ବରକୁ ଆସୁଥିବା ଜରୁରୀକାଳିନ ଫୋନ କଲ୍‌କୁ ସେ ମିଛ ବୋଲି କହିଛନ୍ତି । ତେବେ ଅଧିକାଂଶ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ରିପୋର୍ଟ ମିଳିଛି । ଅନେକ ମହିଳାଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ ତାହାର କୌଣସି କାରଣ ସ୍ପଷ୍ଟ ହୋଇନାହିଁ ।

ମହିଳା ବିରୋଧି ହିଂସା ଉପରେ ଅନୁଧ୍ୟାନ କରୁଥିବା ମାରିଆ ସାଲଗୁଏରୋ କହିଛନ୍ତି ଯେ, ମହିଳାଙ୍କ ପଡୋଶୀମାନେ ହିଁ ଜରୁରୀକାଳିନ କଲ୍ କରିଥାନ୍ତି । କିନ୍ତୁ ସରକାର ସେମାନଙ୍କ ନିକଟରେ ପହଁଚି ଘଟଣାର ତଦନ୍ତ କରିନଥାନ୍ତି । ତେଣୁ ସରକାର ଜରୁରୀକାଳିନ କଲ୍‌କୁ ମିଛ ବୋଲି କହୁଛନ୍ତି । ମହିଳାମାନେ ସାହାଯ୍ୟ ପାଇଁ ନିଜେ କଲ୍ କରିବାକୁ ଡରିଥାନ୍ତି । ଏପରିକି ସେମାନେ ସତ ମଧ୍ୟ କାହାରି ଆଗରେ ପ୍ରକାଶ କରିନଥାନ୍ତି । ସରକାରୀ ରିପୋର୍ଟରେ ଚଳିତ ବର୍ଷର ପ୍ରଥମ ୪ ମାସରେ ୯୮୭ଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ଏହା ମଧ୍ୟରୁ ୩୦୮ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ସରକାର ଜାଣିଶୁଣି ଏହି ହତ୍ୟାର କାରଣ ଲୁଚାଉଥିବା ମଧ୍ୟ ଅଭିଯୋଗ ହେଉଛି ।

   Related Posts