Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବନ୍ଦେ ଭାରତ ମିଶନକୁ ସଫଳ କଲେ ଏହି ଦୁଇ ମହିଳା କ୍ୟାପଟେନ୍ :କରୋନା ସଂକ୍ରମିତ ଦେଶରୁ ଫେରାଇ ଆଣିବେ ପ୍ରବାସୀ ଭାରତୀୟଙ୍କୁ

10/05/2020 at 7:55 PM

ନୂଆଦିଲ୍ଲୀ ୧୦/୫: କରୋନା ଭାଇରସ୍ ଯୋଗୁଁ ଆମ ଦେଶର ବହୁତ ନାଗରିକ ବିଦେଶରେ ଫସିଛନ୍ତି। ସେମାନେ ବିଶ୍ବର ଅଲଗା ଅଲଗା ଦେଶରେ ଫସିଛନ୍ତି ଯେଉଁମାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଉଛି। ସମୁଦ୍ର ସେତୁ ହେଉ କିମ୍ବା ବନ୍ଦେ ଭାରତ ମିଶନ ହେଉ,ଏଥିରେ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ମହିଳାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ଶନିବାର ମାଲେସିଆ ଏବଂ ଓମାନରୁ ଭାରତୀୟ ନାଗରିକଙ୍କୁ ନେବାକୁ ଯାଇଥିବା ଦୁଇଟି ବିମାନର କ୍ୟାପଟେନ୍ ହେଲେ ମହିଳା। କ୍ୟାପଟେନ୍ କବିତା ରାଜକୁମାର ଏବଂ କ୍ୟାପଟେନ୍ ବିନ୍ଦୁ ସେବାଷ୍ଟିଆନଙ୍କ ଦାୟିତ୍ବରେ ଏୟାର ଇଣ୍ଡିଆର ଦୁଇଟି ବିମାନ ଶନିବାର ତିରୁଚିରାପଲ୍ଲୀରୁ କୁଆଲାଲାମ୍ପୁର ଏବଂ କୋଚିରୁ ମସ୍କଟ ବାହାରିଥିଲେ।

ଏହି ଅଭିଯାନରେ ମହିଳାମାନେ ମଧ୍ୟ ନିଜ ଭୂମିକା ଲିଭାଇଛନ୍ତି। କ୍ୟାପଟେନ୍ କବିତା ରାଜକୁମାରଙ୍କ ଦାୟିତ୍ବରେ ତିରୁଚିରାପଲ୍ଲୀରୁ କୁଆଲାଲାମ୍ପୁର ପାଇଁ ଆଇଏକ୍ସ 682/681 ଏବଂ କ୍ୟାପଟେନ୍ ବିନ୍ଦୁ ସେବାଷ୍ଟିଆନଙ୍କ ଦାୟିତ୍ବରେ କୋଚିରୁ ମସ୍କତ ପାଇଁ ଆଇଏକ୍ସ 443/442 ଉଡ଼ାଣ ଭରିଥିଲା।

ତିରୁଚିରାପଲ୍ଲୀରୁ କୁଆଲାଲାମ୍ପୁର ଯାଉଥିବା ବିମାନ ଦ୍ବିପ୍ରହର ୧ଟା ବାଜି ୧୧ମିନିଟରେ ଉଡ଼ାଣ ଭରିଥିବାବେଳେ କୋଚିରୁ ମସ୍କତ ଯାଉଥିବା ବିମାନ ୧ଟା ବାଜି ୧୭ମିନିଟରେ ଉଡ଼ାଣ ଭରିଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସର ଜଣେ ଅଧିକାରୀ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ କ୍ୟାପଟେନ୍ ବିନ୍ଦୁ ସେବାଷ୍ଟିଆନ କହୁଛନ୍ତି ଯେ ‘ ତାଙ୍କୁ ଏହି ମିଶନରେ ଅଂଶଗ୍ରହଣ କରି ଗର୍ବ ଅନୁଭବ ହେଉଛି।

   Related Posts