ଟିକେଟ୍ ଦେବା ପାଇଁ ବିଜେଡିର ନୂଆ ନୀତି, ମହିଳା ଓ ଯୁବ ନେତାଙ୍କ ପାଇଁ ଅପୂର୍ବ ସୁଯୋଗ

Published By : Prameya-News7 Bureau | February 12, 2019 IST

ଭୁବନେଶ୍ବର ୧୨|୨: କିଏ ହାତେଇବ ବିଜେଡି ଟିକେଟ୍ । ନିର୍ବାଚନ ତାରିଖ ଘୋଷଣା ଆଉ ମାତ୍ର ଦିନ କେଇଟା ବାକିଥିବାରୁ ଏବେ ବହୁ ଆଶାୟୀ ଟିକେଟ ଚିନ୍ତାରେ ରହିଲେଣି । ତେବେ ମହିଳା ଓ ଯୁବ ପ୍ରତିନିଧିତ୍ବଙ୍କ ସଂଖ୍ୟା ବଢାଇ ଦଳକୁ ଟିକେ ଅଧିକ ଚଳଚଞ୍ଜଳ କରିବାକୁ ଚାହୁଁଛନ୍ତି ନବୀନ । ଏମିତିକି ଯେଉଁମାନେ ନିର୍ବାଚନ ମଣ୍ଡଳୀରେ ଅନପପୁଲାର ହୋଇଛନ୍ତି କିନ୍ତୁ ସଂଗଠନ ବଞ୍ଚାଇଛନ୍ତି ସେଭଳି କ୍ଷେତ୍ରରେ ସେମାନଙ୍କ ସ୍ତ୍ରୀ ଓ ଝିଅଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିବାକୁ ଯୋଜନାକରୁଛି ଦଳ ।

{"id":84506}

ଶଙ୍ଖ ଟିକେଟ ହାତେଇବାକୁ ଲବି ଜୋର । ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଥିବାରୁ ବିଜେଡିରେ ଟିକେଟ ଆଶାୟିଙ୍କ ଭିଡ । ବହୁ ନେତାଙ୍କ ଧାରଣା,  ବିଜେଡି ଟିକେଟ ଖଣ୍ଡିକ ସିଧା ଟିକେଟ ଟୁ ଆସେମ୍ଲି। ସେଥିପାଇଁ ଶଙ୍ଖ ଦଳରେ ମାଳମାଳ ନେତା ଟିକେଟ ଆଶାରେ ପାୱାର କରିଡରେ ଚକ୍କର କାଟୁଛନ୍ତି। ଗ୍ରାଉଣ୍ଡରୁ ଯେଉଁ ରିପୋର୍ଟ ଆସୁଛି ସେଥିରୁ ୪୦ରୁ ଅଧିକ ନେତାଙ୍କ ଲୋକସଂପର୍କ ଓ ସଂଗଠନ ଠିକ୍ ଠାକ୍ ନାହିଁ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ବହୁ ବିଜେଡି ବିଧାୟକ ସେମାନଙ୍କ ଟିକେଟ ନେଇ ସନ୍ଦିହାନ ହୋଇପଡିଛନ୍ତି ।

{"id":84507}

ବାସ୍ତବରେ ବିଜେଡିରେ କିଏ ଟିକେଟ ପାଇବ ସେନେଇ ବହୁ ଆଶାୟୀ ଦ୍ବନ୍ଦରେ । ଏହାଭିତରେ ଅନେକ କଂଗ୍ରେସ ନେତା ବିଜେଡିରେ ଯୋଗ ଦେବା ସହ କିଛି ବିଜେପି ନେତାଙ୍କୁ ଆଣି ଦଳରେ ଥଇଥାନ କରିବା ମୁଡରେ ଦଳ ସୁପ୍ରିମୋ । ଏଭଳି ସ୍ଥିତିରେ ପୁରୁଣା ବିଜେଡି ନେତା ଯେଉଁମାନେ ଟିକେଟ ପାଇଁ ଆଶାବାନ୍ଧି ବସିଛନ୍ତି ସେମାନେ ନିର୍ବାଚନ ବେଳେ କେଉଁ ଭୂମିକାରେ ରହିବେ ତାହା ମଧ୍ୟ କହିବା ମୁସ୍କିଲ । କହିବାକୁ ଗଲେ ବିଜେଡିରେ ଟିକେଟ ବଣ୍ଟନ ପ୍ରୋବଲେମ ଅଫ ପ୍ଲେଣ୍ଟି ହେବାକୁ ଯାଉଛି ।

{"id":84508}

ସେଥିପାଇଁ ବିଜେଡି ଏକ ନୂଆ ଫର୍ମୁଲା ବାହାର କରି କିଛି ନେତାଙ୍କ ଥଇଥାନ କରିବାକୁ ଯାଉଛି । ଯେଉଁମାନଙ୍କ ସ୍ଥିତି ଟିକିଏ ଦୁର୍ବଳ ଅଛି କିନ୍ତୁ ଭଲ ସଂଗଠନ ରଖିଛନ୍ତି ସେମାନଙ୍କୁ ବାଦ୍ ଦେବାବେଳେ ସେମାନଙ୍କ ସ୍ତ୍ରୀ କିମ୍ବା ଝିଅ ମାନଙ୍କୁ ଟିକେଟ ଦେବା କଥା ଆଲୋଚନା ହେଉଛି ଦଳରେ । ଏଭଳି କରି ବିଜେଡି ଯେଉଁ ମହିଳା କାର୍ଡ ଖେଳିଥିଲା ତାହା ପୂରଣ କଲା ବୋଲି ବାର୍ତ୍ତା ଦେବାକୁ ଯାଉଛି ଦଳ ।

{"id":84509}

୨୦୦୦ରୁ  ବିଜେଡି ଲଗାତର ୪ଥର କ୍ଷମତାରେ ରହିସାରିଥିବାରୁ ଦଳର ଲୁକ୍ ଆଣ୍ଡ ଫିଲ୍ କିଭଳି ଭଲହେବ ସେଇ ଚିନ୍ତାରେ ଦଳ ସୁପ୍ରିମୋ । ସେଥିପାଇଁ କିଛି ପ୍ରଫେସନାଲ, ଯୁବକ, କିମ୍ବା ମ

ହିଳାଙ୍କ ପ୍ରତିନିଧିତ୍ବ ଅଧିକା କରିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରୁଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.