ମନ୍ତ୍ରୀଙ୍କ ମାନବିକତା : ଟ୍ବିଟର ଭିଡିଓ ଦେଖି କ୍ୟାନସର ପୀଡିତାଙ୍କୁ ସାହାଯ୍ୟର ହାତ ବଢାଇଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ

Published By : Prameya-News7 Bureau | June 02, 2019 IST

ଭୁବନେଶ୍ବର ୨|୬: ମାନବିକତା ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଜଣେ ଅସହାୟଙ୍କ ଦୁଃଖ ଦେଖି ବଢାଇଛନ୍ତି ସାହାଯ୍ୟର ହାତ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରୁ କରୁ କାମରେ ଲାଗିଯାଇଛନ୍ତି ଟୁକୁନି ସାହୁ । ସୁଷମା ସ୍ୱରାଜ ଯେପରି ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସହଯୋଗ କରୁଥିଲେ, ଠିକ୍ ସେହି ରାସ୍ତାରେ ଯାଉଛନ୍ତି ନୂଆ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।

wp:core-embed/twitter {"url":"https://twitter.com/jokhipali/status/1134791809169625088","type":"rich","providerNameSlug":"twitter","className":""}
https://twitter.com/jokhipali/status/1134791809169625088
/wp:core-embed/twitter

ବଲାଙ୍ଗୀର ଲୋଇସିଂହା ଅନ୍ତର୍ଗତ ତେଲେନପାଲି ଗ୍ରାମର ନିତ୍ୟାନନ୍ଦ ସ୍ୱାଇଁଙ୍କ ଝିଅ ନୂଆଦେଇ ସ୍ୱାଇଁ । ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ ପାଇଁ ଏକ ସ୍ୱେଚ୍ଛାସେବୀ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କ୍ୟାନରସ ପୀଡ଼ିତାଙ୍କ ବାପା ସାହାଯ୍ୟ ମାଗୁଥିବାର ଏକ ହୃଦୟ ବିଦାରକ ଭିଡ଼ିଓ ମଧ୍ୟ ପୋଷ୍ଟ କରିଛି ଉକ୍ତ ସ୍ୱେଚ୍ଛାସେବୀ ସଂଗଠନ । ଚିକିତ୍ସା ପାଇଁ ପୀଡ଼ିତାଙ୍କ ବାପା ଆକୁଳ ନିବେଦନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରିଥିଲେ ।

wp:core-embed/twitter {"url":"https://twitter.com/TukuniSahu/status/1134887125034233856","type":"rich","providerNameSlug":"twitter","className":""}
https://twitter.com/TukuniSahu/status/1134887125034233856
/wp:core-embed/twitter

ଯାହା ମନ୍ତ୍ରୀ ଟୁକୁନି ସାହୁଙ୍କ ନଜରରେ ପଡ଼ିଥିଲା । ସେ ତୁରନ୍ତ ଏଥିରେ ରିପ୍ଲାଏ ଦେଇ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏହା ସହ ବିଭାଗୀୟ ଅଧିକାରୀଙ୍କ ଯୋଗାଯୋଗ ନମ୍ବର ମଧ୍ୟ ଦେଇ ସହାୟତାର ନିର୍ଭର ପ୍ରତିଶ୍ରୁତି ରଖିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.