ବୃଦ୍ଧାଙ୍କୁ ମାଡ ମାରି ବନ୍ଧୁକ ଦେଖାଇଲେ ବ୍ୟାଙ୍କ୍ କର୍ମଚାରୀ, ପୋଲିସ କହିଲା କର କମ୍ପ୍ରମାଇଜ୍

Published By : Prameya-News7 Bureau | October 06, 2020 IST

ଭଦ୍ରକ ୬।୧୦: ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ବ୍ୟାଙ୍କରେ ବକେୟା ଟଙ୍କା ପରିଶୋଧ ପାଇଁ ଆସି ମାଡ ଖାଇଲେ ମହିଳା ସଦସ୍ୟ । ମାଡ ଖାଇ ପୋଲିସ ନିକଟକୁ ଯିବାରୁ ପୋଲିସ କହିଲା କେସ୍ କମ୍ପ୍ରମାଇଜ୍ କର । ନିରାଶ ହୋଇ ମହିଳାମାନେ ବିରୋଧୀ ଦଳ ଉପନେତାଙ୍କୁ ଅଭିଯୋଗ କଲେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ନନ୍ଦପୁର ଗାଁର ମା’ ସରସ୍ଵତୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ନେଇଥିଲେ । କାରୋନା ସମୟରେ ଟଙ୍କା ପୈଠ କରିବାରେ ଅସୁବିଧା ହେଲା । ଏବେ ଟଙ୍କା ସୁଝିବା ପାଇଁ ଆସିବାରୁ ତାଙ୍କର ଫାଇନ୍ ହୋଇଥିବା ଜାଣିଥିଲେ । ସଦସ୍ୟାମାନେ କହିଥିଲେ ଯେ ଏବେ ଟଙ୍କା ସୁଝି ପାରିବେ ନାହିଁ । ପରେ କଥା କଟାକଟି ହୋଇଥିଲା । ବ୍ୟାଙ୍କ ମ୍ୟାନେଜର ସିକ୍ୟୁରିଟିକୁ ଡାକି ବନ୍ଧୁକ ଦେଖାଇଥିଲେ । ଗୁଳି କରିବାକୁ ଧମକ ଦେବା ସହ ମାଡ ମାରିଥିଲେ । ଖବର ପାଇ ପୋଲିସ ପହଞ୍ଚିଥିଲା । ପରେ ମହିଳାମାନେ ଭଦ୍ରକ ଟାଉନ ପୋଲିସରେ ଅଭିଯୋଗ କରିଥିଲେ । କିନ୍ତୁ ଥାନାର ଜନୈକ ମହିଳା କର୍ମଚାରୀ କହିଥିଲେ  ତୁମ ନାମରେ ମଧ୍ୟ କେସ୍ ହୋଇଛି । କମ୍ପ୍ରମାଇଜ୍ କରିଦିଅ ନହେଲେ ଅସୁବିଧା ହେବ । ଶେଷରେ ମହିଳାମାନେ ବିରୋଧୀଦଳ ଉପନେତାଙ୍କୁ ଅଭିଯୋଗ କରିଥିଲେ । ବିଷ୍ଣୁ ସେଠୀ ଏହି ମହିଳାଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଆଉ କହିଥିଲେ, ଏହା ହେଉଛି ମା’କୁ ସମ୍ମାନ । ବ୍ୟାଙ୍କ କର୍ମଚାରୀଙ୍କୁ ସୁରକ୍ଷା ଦେଉଥିବା ପୋଲିସ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.